Home >
ବସ୍ତାନି ବୋଝ ଆଇନ: ତଦାରଖ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଚିଠି
Khabar Odisha:Education-Odisha-Collectors-Will-check-and-give-School-Bag-Weight-Check-report
ଭୁବନେଶ୍ୱର, ଫେବୃଆରୀ ୧୪ (ଖବର ଓଡ଼ିଶା):

ସ୍କୁଲ ବସ୍ତାନି ବୋଝ ଆଇନକୁ ନେଇ ତତ୍ପର ହେଲେ ରାଜ୍ୟ ସରକାର । ସବୁ ଜିଲ୍ଲାପାଳଙ୍କୁ ପିଲାଙ୍କ ବସ୍ତାନି ବୋଝ ଯାଞ୍ଚ ରିପୋର୍ଟ ଦାଖଲ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଚିଠି । ଫେବୃଆରୀ ୨୦ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦେଶ ।

ବସ୍ତାନି ବୋଝ ନିୟମକୁ ନେଇ ଗାଇଡ଼ଲାଇନ ଜାରି କରାଯାଇଥିଲେ ମଧ୍ୟ ସମସ୍ତ ବିଦ୍ୟାଳୟରେ କାର୍ଯ୍ୟକାରୀ ହୋଇନାହିଁ । ପୂର୍ବରୁ ୨ ଥର ଚିଠି ହୋଇଥିଲେ ବି ରିପୋର୍ଟ ଦାଖଲ ହୋଇନାହିଁ । ଏନେଇ ସ୍କ୍ୱାଡ୍ ଗଠନ କି ଯାଞ୍ଚ ନେଇ ରିପୋର୍ଟ ମଧ୍ୟ ମିଳିନି । ତେଣୁ ଏଣିକି ସ୍କୁଲରେ ବସ୍ତାନି ଓଜନ ଯାଞ୍ଚ କରି ରିପୋର୍ଟ ଦାଖଲ ନିର୍ଦେଶ ଜାରି କରାଯାଇଛି ।  ସବୁ ଜିଲ୍ଲାପାଳଙ୍କୁ ପିଲାଙ୍କ ବସ୍ତାନି ବୋଝ ଯାଞ୍ଚ ରିପୋର୍ଟ ଦାଖଲ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଚିଠି । ଫେବୃଆରୀ ୨୦ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦେଶ ଦିଆଯାଇଛି । ବିଦ୍ୟାଳୟରେ ବସ୍ତାନି ବୋଝ ଗାଇଡ୍ ଲାଇନ୍ ପାଳନ ହେଉଛି କି ନାହିଁ ସେନେଇ ରିପୋର୍ଟ ଦେବେ ଜିଲ୍ଲାପାଳ । 

ସୂଚନାଯୋଗ୍ୟ ଯେ, ବସ୍ତାନି ବୋଝ ଆଇନ କଡ଼ାକଡ଼ି କରିବା ସହ ଜିଲ୍ଲାପାଳମାନେ ସ୍କ୍ୱାର୍ଡ଼ ଜରିଆରେ ତଦାରଖ କରିବାକୁ ୨୦୧୯ ଅଗଷ୍ଟ ୨ ଠାରୁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ନିର୍ଦ୍ଦେଶ ଦେଇଥିଲେ । ବିଦ୍ୟାଳୟ ବସ୍ତାନି ଆଇନ ଅନୁସାରେ ସ୍କୁଲ ବ୍ୟାଗ ଓଜନ ନେଇ ଗାଇଡ଼ଲାଇନ ମଧ୍ୟ ଜାରି କରାଯାଇଥିଲା । ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାଙ୍କ ପାଇଁ ଦେଢ କେଜିରୁ କମ ଓଜନ ରହିବ । ତୃତୀୟରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ୨ରୁ ୩କେଜି ବ୍ୟାଗ ଓଜନ ଓ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ବ୍ୟାଗର ଓଜନ ୪କେଜିରୁ କମ ରହିବା ଆବଶ୍ୟକ ବୋଲି ନିର୍ଦ୍ଦେଶ ଦେଇଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

  • Tags:

Subscribe

National International State Sports Entertainment