ବିବାହ ପ୍ରତିଶ୍ରୁତି ଦେଇ ଦିବ୍ୟାଙ୍ଗ ଯୁବତୀଙ୍କୁ ବହୁବାର ଦୁଷ୍କର୍ମ ଅଭିଯୋଗ। କଥା ପ୍ରଘଟ କଲେ ମାରିଦେବାକୁ ବି ମିଳିଛି ଧମକ । ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି କନ୍ଧମାଳ ଜିଲ୍ଲାରୁ | ପୀଡିତା ଯୁବତୀ ଜଣକ ହେଉଛନ୍ତି ଫୁଲବାଣୀ ଟାଉନ ଥାନା ଅଂଚଳର । ପୀଡିତା ଅଭିଯୋଗ କରିଥିଲେ ବି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ନ୍ୟାୟ ପାଇଁ କନ୍ଧମାଳ ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି ପୀଡିତାଙ୍କ ପରିବାର । ଖଜୁରୀପଡ଼ା ଥାନା ଅଞ୍ଚଳର ଯୁବତୀ ଜଣଙ୍କ କିଛିଦିନ ହେବ ଘର ଛାଡି ଫୁଲବାଣୀରେ ରହୁଥିଲେ । ସୁମନ୍ତ ବେହେରା ନାମକ ଜଣେ ଯୁବକ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିଥିଲେ। ହେଲେ ପରେ ବିବାହ ପାଇଁ କହିବାରୁ ସୁମନ୍ତ ଫେରାର ହୋଇଯାଇଛି । କେବଳ ଏତିକି ନୁହେ ସୁମନ୍ତର ଅନ୍ୟ ସହଯୋଗୀ ମାନେ ବିଭିନ୍ନ ନମ୍ବରରୁ ପୀଡିତାଙ୍କୁ କଲ କରି ହଇରାଣ ହରକତ କରୁଥିବା ଅଭିଯୋଗ ହୋଇଛି ।