Home >
ଉତ୍ତର ପ୍ରଦେଶ: ୩ ହଜାର ଟଙ୍କା ଲାଗି ୨ ଗୋଷ୍ଠୀ ମଧ୍ୟରେ ପଥର ମାଡ଼-ଗୁଳି, ୧୨ରୁ ଅଧିକ ଆହତ
Khabar Odisha:Crime-UP-Fighting-two-group-stone-pelting-Baghpat-of-Uttar-Pradesh-police-force-alert

ବାଗପତ, ସେପ୍ଟେମ୍ବର ୧୬ (ଖବର ଓଡ଼ିଶା): ଉତ୍ତର ପ୍ରଦେଶର ବାଗପତ ଜନପଦରେ ଟଙ୍କା ନେଣ ଦେଣକୁ ନେଇ ୨ଟି ଗୋଷ୍ଠୀ ମଧ୍ୟରେ ତୀବ୍ର ହିଂସା ଦେଖାଯାଇଛି । ଏଥିରେ ୨ଟି ଗୋଷ୍ଠୀର ଲୋକେ ପଥରମାଡ଼ ଓ ଗୁଳି ବନ୍ଧୁକରୁ ଗୁଳି ଫୁଟାଇଛନ୍ତି । ଫଳରେ ୧୨ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି । ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛ । ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଂଚିବା ପରେ ସ୍ଥିତି ନିୟନ୍ତ୍ରାଣାଧୀନ ଅଛି ।

ଏହି ହିଂସାକାଣ୍ଡରେ ପୋଲିସ ୭ ଜଣ ଲୋକଙ୍କୁ ଗିରଫ ରକିଛି । ଆହୁରି କିଛି ଲୋକ ଗିରଫ ହେବାକୁ ଥିବା ବେଳେ ସେମାନେ ଫେରାର ଅଛନ୍ତି । ସ୍ଥିତି ଉତ୍ତେଜନା ଥିବାରୁ ସେଠାରେ ପୋଲିସ ମୁତୟନ କରାଯାଇଛି ।

କିଣାବିକାକୁ ନେଇ ଏହି ହିଂସା କାଣ୍ଡ ହୋଇଛି । ୩ ହଜାର ୪୦୦ ଟଙ୍କାର ବାକିକୁ କେନ୍ଦ୍ର କରି ୨ଟି ଗୋଷ୍ଠୀ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ହୋଇଥିଲା । କିନ୍ତୁ ଦେଖୁ ଦେଖୁ ଏହା ହିଂସାରେ ପରିଣତ ହୋଇଥିଲା । ପରେ ପଥରମାଡ଼ ଓ ଗୁଳିକାଣ୍ଡ ଭଳି ଅଭାବନୀୟ ଘଟଣା ଘଟିଥିଲା । 

 

  • Tags:

Subscribe

National International State Sports Entertainment