Home >
ବାଘ ଛାଲ ରାକେଟ ମାମଲା :ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ ଏସଟିଏଫ
Khabar Odisha:Crime-Odisha-Tiger-skin-racket-accused-will-go-for-rimand
ସମ୍ବଲପୁର, ମାର୍ଚ୍ଚ୧୬(ଖବର ଓଡ଼ିଶା):

ସମ୍ବଲପୁରରେ ବାଘ ଛାଲ ରାକେଟ ଉପରେ ଚଢାଉ ଘଟଣାରେ ସାତଜଣଙ୍କୁ ଗିରଫ କରିବା ସହ ଚାରୋଟି  କଲରାପତରିଆ ବାଘର ଚମଡ଼ା ଜବତ ହୋଇଛି । କ୍ରାଇମବ୍ରାଞ୍ଚ ଏସଟିଏଫ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ରିମାଣ୍ଡରେ ନେବ । ତଦନ୍ତ ପାଇଁ ସମସ୍ତ ଅଭିଯୁକ୍ତଙ୍କୁ ଭୁବନେଶ୍ୱର ଅଣାଯାଇଛି ।

ସମ୍ବଲପୁର ଜିଲ୍ଳା କୁଚିଣ୍ଡାରେରେ ଚାଲିଥିବା ବାଘ ଚମଡ଼ା ରାକେଟ ଉପରେ ଗତକାଲି କ୍ରାଇମବ୍ରାଞ୍ଚ ଏସଟିଏଫ ଚଡାଉ କରଥିଲା । କ୍ରାଇମବ୍ରାଞ୍ଚ ଏସଟିଏଫ ସେଠାରୁ ଚାରୋଟି କଲରାପତରିଆ ବାଘର ଚମଡ଼ା ଜବତ କରିବା ସହ ସାତଜଣ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ।  ଚାଲାଣକାରୀମାନେ ବାଘ ଛାଲ  ବିକ୍ରି କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି । ଆଜି ସେମାନଙ୍କୁ ଭୁବନେଶ୍ୱର ଅଣାଯାଇଛି । ଅଧିକ ପଚରାଉଚରା ପାଇଁ କ୍ରାଇମବ୍ରାଞ୍ଚ ଏସଟିଏଫ ରାକେଟରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ମଧ୍ୟରେ କିଛି ମୁଖ୍ୟ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ । ଏହି ବାଘ ଛାଲ ଓଡ଼ିଶାରୁ ନା ଅନ୍ୟ କେଉଁ ଜାଗାରୁ ଶିକାର ହୋଇଛି । ଏଥିରେ ଆନ୍ତଃରାଜ୍ୟ ଲିଙ୍କ ଥିବା ସନ୍ଦେହ କରାଯାଇଛି । ଜବତ ହୋଇଥିବା ବାଘ ଚମଡ଼ାର ବଜାର ମୂଲ୍ୟ ୧୦ଲକ୍ଷରୁ ୩୦ଲକ୍ଷ ଟଙ୍କା ବୋଲି ଅନୁମାନ କରାଯାଇଛି ।

Subscribe

National International State Sports Entertainment