ଆଜି ବସିବ ଛତିଶା ନିଯୋଗ ବୈଠକ । ପୁରୀ ନୀଳାଦ୍ରି ଭକ୍ତ ନିବାସରେ ଅପରାହ୍ନ ୫ଟା ସମୟରେ ବୈଠକ ବସିବ ପାଇଁ ସ୍ଥିର କରାଯାଇଛି । ଆସନ୍ତା ମେ ୧୦ ତାରିଖରେ ଅକ୍ଷୟ ତୃତୀୟ ପାଳନ କରାଯିବ । ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଅନୁକୂଳ ଓ ମହାପ୍ରଭୁଙ୍କ ୨୧ ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା ଆରମ୍ଭ ହେବ । ଏହାକୁ ଦୃଷ୍ଟିରେ ରଖି ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହେବ ।
ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକଙ୍କ ଅଧ୍ଯକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । ଅକ୍ଷୟ ତୃତୀୟା ଠାରୁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଧୁସୂଦନ, ଭୂଦେବୀ,ଶ୍ରୀ ଦେବୀ ଶ୍ରୀକ୍ଷେତ୍ରର ପଞ୍ଚ ପାଣ୍ଡବଙ୍କ ସହ ମିଶି ନରେନ୍ଦ୍ର ସରୋବରରେ ଚାପ ଖେଳିବେ। ଲୀଳାମୟ ମହାପ୍ରଭୁ ଜଗନ୍ନାଥଙ୍କ ଲୀଳାଖେଳା ମଧ୍ୟରୁ ଚନ୍ଦନ ଯାତ୍ରା ଅନ୍ୟତମ । ଏହି ଚନ୍ଦନ ଯାତ୍ରା ଶୃଙ୍ଖଳିତ ଭାବେ ତୁଲାଇବା ପାଇଁ ଏହି ବୈଠକ କରାଯିବ । ସେଠାରେ ସମସ୍ତ ପ୍ରସ୍ତୁତି ପାଇଁ ଆଲୋଚନା କରାଯିବ । ଚୈତ୍ର ପୂର୍ଣ୍ଣିମାରେ ବର୍ଷ ତମାମ ନରେନ୍ଦ୍ର ପୁଷ୍କରିଣୀ ଭିତରେ ବୁଡାଇ ରଖାଯାଇଥିବା ଚାପ ଡ଼ଙ୍ଗା ନନ୍ଦା, ଭଦ୍ରା ଓ ବୈଜୟନ୍ତ ଡ଼ଙ୍ଗାକୁ ଭୋଇ ସେବକମାନଙ୍କ ଦ୍ୱାରା ଉଦ୍ଧାର କରାଯାଇଛି । ଏହି ଚାପ ଡଙ୍ଗାକୁ ମରାମତି ପରେ ଏହି ଡଙ୍ଗାରେ ଚନ୍ଦନ ଯାତ୍ରା କରାଯିବ ।
ଅଧିକ ପଢନ୍ତୁ :ନିର୍ଵାଚନ ପାଇଁ ମନିଟରିଂ ନିୟମାବଳୀ ସଂପର୍କିତ ବୈଠକ