କଟକ: ବିଶ୍ଵ ପ୍ରସିଦ୍ଧ କଟକ ବାଲିଯାତ୍ରାରେ ଆକ୍ସନ ମୋଡ଼ରେ ସିଏମସି । ବାସି ଖାଦ୍ୟ ସହ ଅସ୍ୱାସ୍ଥ୍ୟକର ଖାଦ୍ୟ ଦୋକାନରେ ସିଏମସି ସ୍ବାସ୍ଥ୍ୟ ଟିମ୍ ଚଢାଉ କରିଛି । ବିଭିନ୍ନ ଫୁଡ୍ ଷ୍ଟଲରେ ସିଏମସି ପକ୍ଷରୁ ଚଢାଉ କରାଯାଇଛି । ବାଲିଯାତ୍ରା ସରିବା ପର୍ଯ୍ୟନ୍ତ ସିଏମସି ପକ୍ଷରୁ ଏହି ଚଢ଼ାଉ ଜାରି ରହିଛି । ବାଲିଯାତ୍ରାକୁ ଦେଖିବା ପାଇଁ ଶହ ଶହ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ପ୍ରବଳ ଲୋକଙ୍କ ସମାଗମ ପାଇଁ ଫୁଡ୍ ଷ୍ଟଲର ବ୍ୟବସାୟୀମାନେ ବାସିଖାଦ୍ୟ ଲୋକଙ୍କୁ ଦେଇଥାନ୍ତି । ବାସିଖାଦ୍ୟ ଜବତ କରିବା ସହିତ ଫୁଡ୍ ଷ୍ଟଲର ବ୍ୟବସାୟୀଙ୍କୁ ଚେତେଇବା ପାଇଁ ସିଏମସି ଏହି ନିଷ୍ପତ୍ତି ନେଇଛି ।