Home >
ସଡକ ଦୂର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ
Khabar Odisha:Biker-killed-in-Road-accident-in-Jajpur
ଯାଜପୁର, ଫେବୃଆରୀ ୨୩ (ଖବର ଓଡ଼ିଶା):

ବାଇକକୁ ବାଲି ବୋଝେଇ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଯାଜପୁର ରୋଡ଼ ଥାନା ରାଛିପୁର ଛକ ନିକଟରେ । ମୃତ ଯୁବକ ଜଣକ ସ୍ଥାନୀୟ ଯଖପୁରା ଗ୍ରାମର ନନ୍ଦ ମଲ୍ଲିକଙ୍କ ପୁଅ କାହ୍ନୁ ମଲ୍ଲିକ ବୋଲି ଜଣାପଡିଛି । ସୂଚନା ଅନୁସାରେ, କାହ୍ନୁ ଏବଂ ତାଙ୍କ ସାଥୀ ଏକ ବାଇକ ଯୋଗେ ମନ୍ଦିରକୁ ଯାଉଥିବା ବେଳେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥୁବା ଏକ ବାଲି ବୋଝେଇ ଟ୍ରକ ତାଙ୍କୁ ରାଛିପୁର ଛକ ନିକଟରେ ଧକ୍କା ଦେଇଥିଲା । ଫଳରେ କାହ୍ନୁଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସାଙ୍ଗ ଗୁରୁତର ହୋଇଛି । ପ୍ରତିବାଦରେ ସ୍ଥାନୀୟ ଲୋକେ ଯାଜପୁର ରୋଡ଼ ଜୋକଡିଆ ରାସ୍ତା ଅବରୋଧ କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଦୁର୍ଘଟଣାଗ୍ରସ୍ତ ଉଭୟ ଗାଡିକୁ ଜବତ କରିଛି । ଏଥିସହିତ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଛି ।

  • Tags:

Subscribe

National International State Sports Entertainment