ନାମାଙ୍କନ ଭରିଲେ ବାଲିଗୁଡା ବିଧାନସଭା କଂଗ୍ରେସ ପ୍ରାର୍ଥୀ । ସାଧାରଣ ନିର୍ବାଚନ ପାଇଁ ସମସ୍ତ ଦଳ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚି ଗଲାଣି । ନିର୍ବାଚନ ଲଢ଼ିବା ପାଇଁ ମନୋନୀତ ହୋଇଥିବା ସମସ୍ତ ରାଜନୈତିକ ଦଳର ପ୍ରାର୍ଥୀମାନେ ନାମାଙ୍କନ ମଧ୍ୟ କରିସାରିଲେଣି । ଏହାରି ମଧ୍ୟରେ କନ୍ଧମାଳ ଜିଲ୍ଲା ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ନାମାଙ୍କନ ପତ୍ର ଦାଖଲ କଲେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଉପେନ୍ଦ୍ର ପ୍ରଧାନ। ଉପଜିଲ୍ଲାପାଳ କାର୍ଯ୍ୟାଳୟକୁ ଯାଇ କଂଗ୍ରେସର ପ୍ରାର୍ଥୀ ଉପେନ୍ଦ୍ର ପ୍ରଧାନ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ହଜାର ହଜାର କଂଗ୍ରେସ କର୍ମୀ ସମର୍ଥକ ଓ ବରିଷ୍ଠ କଂଗ୍ରେସ କର୍ମୀ ଉପସ୍ଥିତିରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ନାମାଙ୍କନ ପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ଉପେନ୍ଦ୍ର ପ୍ରଧାନ। ବିଧାୟକ ପ୍ରାର୍ଥୀ ସମେତ କନ୍ଧମାଳ ସାଂସଦ କଂଗ୍ରେସ ପ୍ରାର୍ଥୀ ଅମିର ଚାନ୍ଦ ନାୟକ , ମନୋଜ ଆଚାର୍ଯ୍ୟ, ବାଲିଗୁଡା ବ୍ଲକ ସଭାପତି ଆଇବର ନାୟକ, ନଗର ସଭାପତି ସପ୍ନେଶ୍ୱର ସାହୁ, ନୂଆଗାଁ ବ୍ଲକ ସଭାପତି, କୋଟଗଡ଼, ତୁମୁଡ଼ିବନ୍ଧ ସଭାପତି ସମେତ ଅନେକ ବରିଷ୍ଠ କଂଗ୍ରେସ କର୍ମୀ ମଧ୍ୟ ଉପସ୍ଥିତ ଥିଲେ।ବହୁ କଂଗ୍ରେସ କର୍ମୀ ଆଜିର ନାମାଙ୍କନ ଦାଖଲ ଦିନ ଉପସ୍ଥିତ ଥିବା ଦେଖିବାକୁ ମିଳିଛି।
ଅଧିକ ପଢନ୍ତୁ :ସମୀର ମହାନ୍ତି କଲେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ