ବିଧାୟକ ପ୍ରାର୍ଥୀ ଉମା ରଥଙ୍କୁ ଆକ୍ରମଣ Khabar Odisha:06/05/2024: Share story: ପୁରୀ ସଦର ନିର୍ବାଚନ ମଣ୍ଡଳୀ କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ମରଣାନ୍ତକ ଆକ୍ରମଣ ନେଇ ଅଭିଯୋଗ ହୋଇଛି । ପ୍ରଚାର ବେଳେ ଏଭଳି ଆକ୍ରମଣ ହୋଇଥିବା ଜଣାପଡ଼ିଛି । ପୁରୀ ବସଷ୍ଟାଣ୍ଡରେ ଉମା ଥିବା ବେଳେ ତାଙ୍କୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଉମାବଲ୍ଲଭଙ୍କ ମୁଣ୍ଡ ଫାଟିଥିବା ବେଳେ ମୁହଁରେ ବି ଆଘାତ ଲାଗିଛି। ତେବେ ଏହି ଆକ୍ରମଣ ପରେ ଉମା କୁମ୍ଭାରପଡ଼ା ଥାନାରେ ଏତଲା ଦେଇଛନ୍ତି । ଅଭିଯୋଗ ଆଧାରରେ ପୂର୍ବ ବିଧାୟକ ପ୍ରାର୍ଥୀ ସୁଜିତ ମହାପାତ୍ରଙ୍କୁ କୁମ୍ଭାରପଡ଼ା ଥାନା ଅଟକ ରଖିଛନ୍ତି ପୋଲିସ । ଏନେଇ ସୂଚନା ଦେଲେ ପୁରୀ ଏସ୍ପି ପିନାକ ମିଶ୍ର ସୂଚନା ଦେଇଛନ୍ତି । ଆଜି ନାମାଙ୍କନ ଦାଖଲର ଶେଷ ଦିନ ତେଣୁ ଅପ୍ରିତିକର ସ୍ଥିତି ରୋକିବାକୁ ଅଟକ ରଖାଇଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ରବିବାର ୫ଟି ବିଧାନସଭା ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଥିଲା କଂଗ୍ରେସ ।ପୁରୀ ବିଧାନସଭା ଆସନରୁ ସୁଜିତ ମହାପାତ୍ରଙ୍କ ଜାଗାରେ ଉମାଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। ଆଉ ଏହାର କିଛି ଘଣ୍ଟା ପରେ ଉମାଙ୍କ ଉପରେ ଆକ୍ରମଣ ହୋଇଛି । ତେବେ ସୁଜିତ ମହାପାତ୍ରଙ୍କ ଟିକେଟ୍ କଟିବା ପରେ ପୁରୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଭଙ୍ଗାରୁଜା ହୋଇଥିଲା । ସୁଜିତ ମହାପାତ୍ରଙ୍କ ଟିକେଟ କଟିବା ପରେ ପୁରୀ ଜିଲ୍ଲା କଂଗ୍ରେସ ଅଫିସ୍ରେ ପଶି ପାଟିତୁଣ୍ଡ ସହ ଭଙ୍ଗାରୁଜା କରିଥିଲେ ସୁଜିତଙ୍କ ସମର୍ଥକ । Puri Political Smitanjali Routray, Author, 06/05/2024