ଝାରସୁଗୁଡା:ପାଖେଇ ଆସୁଛି ଗଣେଶ ପୂଜା, ସଜେଇ ହଉଚି ପୂଜା ବଜାର। ହିନ୍ଦୁ ଧର୍ମରେ ୧୨ ମାସରେ ୧୩ ପର୍ବ ପର୍ବଣୀ ପାଳନ କରାଯାଇଥାଏ। ମାଟିରେ ମୂର୍ତ୍ତି ତିଆରି କରିବା ପାଇଁ ମାସେ ସମୟ ଲାଗୁଥିବା ବେଳେ ଗଣେଶ ପୂଜାକୁ ଦୃଷ୍ଟିରେ ରଖି ମୂର୍ତ୍ତି ଗୁଡିକୁ ରଙ୍ଗ ଦେବା ସହ ବିଭିନ୍ନ ପ୍ରକାରର ସାମଗ୍ରୀ ଆଣି ମୂର୍ତ୍ତି ତିଆରି କରିବାରେ କାରିଗର ବ୍ୟସ୍ତ ଥିବା ଦେଖିବାକୁ ମିଳିଛି। ସନାତନ ଧର୍ମରେ ପ୍ରଭୁ ଶ୍ରୀ ଗଣେଶଙ୍କୁ ସର୍ବ ପ୍ରଥମେ ପୂଜା କରାଯାଇଥାଏ। ସବୁ ଶୁଭ କାମରେ ପ୍ରଥମେ ଗଣେଶଙ୍କୁ ସ୍ମରଣ କରାଯାଇଥାଏ। ସକଳ ସିଦ୍ଧିଦାତା, ସର୍ବ ପାପ ବିନାସନ, ସକଳ ଦୁଃଖ ବିମୋଚନ ଭାବରେ ପ୍ରଭୁ ଶ୍ରୀ ଗଣେଶ ଙ୍କୁ ଅଗ୍ରପୂଜ୍ୟ ଭାବରେ ପୂଜା କରାଯାଇଥାଏ ।
ତେବେ ଗଣେଶ ଚତୁର୍ଥୀକୁ ଆଉ ମାତ୍ର କିଛି ଦିନ ବାକି ଅଛି। ସେଥିପାଇଁ ମୂର୍ତ୍ତି ଗଢା ଶେଷ ହେଉଛି ପୂଜା ପାଇଁ ବଜାରରେ ଏବେ ମୂର୍ତ୍ତି ଗଢା କାର୍ଯ୍ୟ ଜୋର୍ଦାର ଶେଷ ପର୍ଯ୍ୟାୟରେ ଚାଲିଛି। ଝାରସୁଗୁଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ଛକରେ ଜିଲ୍ଲା ଓ ଜିଲ୍ଲା ବାହାର କାରିଗର ମାନେ ଦିନ ରାତି ପରିଶ୍ରମ କରି ମୂର୍ତ୍ତି ଗଢିବାରେ ଲାଗିଛନ୍ତି। ଏହି ସ୍ଥାନରେ ବହୁତ ସୁନ୍ଦର ସୁନ୍ଦର ମୂର୍ତ୍ତି ଗଢା ହେଉଥିବାର ଦେଖିବାକୁ ମିଳୁଛି। ମୂର୍ତ୍ତି ଗୁଡିକ ୧୦ - ୧୨ ଫୁଟ ଉଚ୍ଚତା ବିଶିଷ୍ଟ ଗଢା ହେଉଥିବା ବେଳେ ଏହାର ମୂଲ୍ୟ ୨୦୦ ଶହ ଟଙ୍କାରୁ ୧୨ ହଜାର ପର୍ଯ୍ୟନ୍ତ ରହିଛି। ଏହି ମୂର୍ତ୍ତି ଗଢି ନିଜର ପେଶା ଭାବରେ ପରିବାର ପୋଷୁଥିବା କାରିଗର।