Home >
ଚଳିତ ବର୍ଷ ଅମରନାଥ ତୀର୍ଥଯାତ୍ରା ବାତିଲ,କରୋନା ମହାମାରୀକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
Khabar Odisha:Amarnath-Yatra-cancelled-in-view-of-Covid-19-pandemic

ଜାମ୍ମୁ ଓ କାଶ୍ମୀର, ଜୁନ୍ 21(ଖବର ଓଡ଼ିଶା):ଜାମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ସୋମବାର କୋଭିଡ -19 ମହାମାରୀ ମଧ୍ୟରେ ବାର୍ଷିକ ଅମରନାଥ ତୀର୍ଥଯାତ୍ରା ବାତିଲ କରିଛନ୍ତି। ତେବେ ସମସ୍ତ ରୀତିନୀତି ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି।

ମନ୍ଦିର ବୋର୍ଡ ସହିତ ଆଲୋଚନା ପରେ ସିହ୍ନା ଏହି ନିଷ୍ପତ୍ତି ଘୋଷଣା କରିଛନ୍ତି। କରୋନା ମହାମାରୀ ପରେ ଶ୍ରୀ ଅମରନାଥଜୀ ଯାତ୍ରା ବାତିଲ ହୋଇଛି। ଶ୍ରୀ ଅମରନାଥଜୀ ଶ୍ରୀମନ୍ଦିର ସଦସ୍ୟମାନଙ୍କ ସହିତ ଆଲୋଚନା ପରେ ନିଷ୍ପତ୍ତି ହୋଇଛି। 

ସେ କହିଛନ୍ତି ଯେ ଲୋକଙ୍କ ଜୀବନ ବଞ୍ଚାଇବା ଗୁରୁତ୍ୱପୂର୍ଣ୍ଣ। ତେଣୁ ବୃହତ ଜନସାଧାରଣଙ୍କ ସ୍ୱାର୍ଥରେ ଚଳିତ ବର୍ଷର ତୀର୍ଥଯାତ୍ରା ଆୟୋଜନ କରିବା ଅନୁଚିତ୍।

ଗତ ସପ୍ତାହରେ ସିହ୍ନା ବିକାଶ ପଦକ୍ଷେପ ବ୍ୟତୀତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦ୍ବାରା ଡକାଯାଇଥିବା ଏକ ବୈଠକରେ ଯୋଗ ଦେଇଥିଲେ। ବୈଠକରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, କେନ୍ଦ୍ର ଗୃହ ସଚିବ ଅଜୟ ଭାଲା, ବରିଷ୍ଠ ସୁରକ୍ଷା ଏବଂ ଗୁପ୍ତଚର ଅଧିକାରୀ ମଧ୍ୟ ଯୋଗ ଦେଇଥିଲେ।

  • Tags:

Subscribe

National International State Sports Entertainment