ସିଙ୍ଗାପୁର ଏବଂ ହଂକଂରେ ଭାରତୀୟ କମ୍ପାନୀ ଏମ୍ଡିଏଚ୍ ଓ ଏଭେରେଷ୍ଟ ମସାଲାକୁ ବ୍ୟାନ କରାଯାଇଛି। କାରଣ ଏହି ମସଲା ଗୁଡିକରେ କର୍ସିନୋଜେନିକ୍ କୀଟନାଶକ ଏଥିଲିନ ଅକ୍ସାଇଡ ଥିବା ନେଇ ଦର୍ଶାଇଥିଲା। ତେବେ ଏହାକୁ ନେଇ ଏବେ ଆକ୍ସନ ମୁଡ୍ ଆସିଛନ୍ତି ଭାରତ ସରକାର। ଏହି ଦୁଇ ବ୍ରାଣ୍ଡର ମସଲା ଗୁଡିକର ସାମ୍ପୁଲ ତଥା ନମୂନା ପରୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଭାରତ ସରକାର। ସମ୍ପୂର୍ଣ ତଥ୍ୟ ଆସିବା ପରେ ଏହାକୁ ଭାରତରେ ବ୍ୟାନ କରାଯିବ କି ନାହିଁ ସେ ନେଇ ବିବରଣୀ ପ୍ରକାଶ ପାଇବ।
ସୂଚନା ମୁତାବକ, କିଛି ଦିନ ପୂର୍ବରୁ ଏମ୍ଡିଏଚର ମାଡ୍ରାସ କରୀ ପାଉଡର, ସମ୍ୱର ମସାଲା ପାଉଡର ଏବଂ କରୀ ପାଉଡରରୁ ଏଥିଲିନ ଅକ୍ସାଇଡ ମିଶିଥିବା ନେଇ ନମୁନା ମିଳିଥିଲା। ଏହାପରେ ସିଙ୍ଗାପୁର ଏବଂ ହଂକଂରେ ଏହାକୁ ବ୍ୟାନ କରାଯାଇଥିଲା। ତେବେ ଆଜି ଏମ୍ଡିଏଚ୍ ଓ ଏଭେରେଷ୍ଟ ଏହି ଦୁଇ ବ୍ରାଣ୍ଡସ୍ ମସଲାର ନମୂନା ପରୀକ୍ଷାକୁ ନେଇ ଫୁଡ୍ କମିଶନରଙ୍କୁ ଆଲର୍ଟ କରିଛନ୍ତି କେନ୍ଦ୍ର ସରକାର। ସରକାରଙ୍କ ଏହି ନିର୍ଦ୍ଦେଶ ପରେ ଫୁଡ୍ କମିଶନର ମଧ୍ୟ ତୁରନ୍ତ ମସଲାଗୁଡିକର ସାମ୍ପୁଲ କଲେକ୍ଟ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। କେବଳ ଏମ୍ଡିଏଚ୍ ଓ ଏଭେରେଷ୍ଟ ନୁହେଁ ସମସ୍ତ ମସଲା ତିଆରି କରୁଥିବା କମ୍ପାନୀର ପ୍ରଡକସନ୍ ୟୁନିଟ୍ରୁ ନମୂନା ସଂଗ୍ରହ କରାଯାଇଛି। ଏହାପରେ ପ୍ରାୟ ୨୦ ଦିନ ପରେ ଲ୍ୟାବରେ ଏହାକୁ ଯାଞ୍ଚ କରାଯିବ। ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କେନ୍ଦ୍ର ସରକାର କହିଛନ୍ତି।