ସୁନ୍ଦରଗଡ଼ରେ ଘଟିଛି ଦୁର୍ଘଟଣା । ଭାରସାମ୍ୟ ହରାଇ ଘରେ ପଶିଲା ତେଲ ଟ୍ୟାଙ୍କର । ଏହି ଦୁର୍ଘଟଣାରେ ଜଣେ ମହିଳା ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ଶୁକ୍ରବାର ରାତିରେ ତେଲ ଟ୍ୟାଙ୍କରଟି ଝାଡ଼ଖଣ୍ଡରୁ ରାଉରକେଲାକୁ ଆସୁଥିବା ସମୟରେ ସୁନ୍ଦରଗଡ଼ କୁଆଁରମୁଣ୍ଡା ଥାନା କୁଆର ମୁଣ୍ଡା ଛକ ନିକଟରେ ପ୍ରଥମେ ଜଣେ ମହିଳାଙ୍କୁ ଧକ୍କା ଦେଇଥିଲା । ମହିଳାଙ୍କୁ ଧକ୍କା ଦେଇ ସାରିବା ପରେ କୁଆର ମୁଣ୍ଡା ଛକ ନିକଟରେ ଥିବା ଦୁଇଟି ଦୋକାନ ଓ ଘରଭିତରେ ଭାରସାମ୍ୟ ହରାଇ ତେଲ ଟ୍ୟାଙ୍କରଟି ପଶିଯାଇଥିଲା । ଟ୍ୟାଙ୍କରଟି ଦ୍ରୁତଗତିରେ ଆସୁଥିବାରୁ ଏତେ ବଡ଼ ଦୁର୍ଘଟଣା ଘଟିଲା । ଦୁର୍ଘଟଣାରେ ମହିଳା ଜଣକ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଥିଲା । ଦୁର୍ଘଟଣାର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।
ଆଗକୁ ପଢ଼ନ୍ତୁ : ବସ ଧକ୍କାରେ ଯାତ୍ରୀ ଗୁରୁତର