Home >
ଏସିଏଫ୍ ସୌମ୍ୟଙ୍କ କ୍ୱାଟରରେ ମିଳିଲା ପୋଡା ଦାଗ, ଘଟଣା କ୍ୱାଟରରେ ହିଁ ଘଟିଛି: କ୍ରାଇମବ୍ରାଞ୍ଚ
Khabar Odisha:ACF-Soumya-Ranjans-death-case

ଗଜପତି, ଜୁଲାଇ ୨୨ (ଖବର ଓଡ଼ିଶା): ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ପୋଲିସ୍ ହାତରେ ଲାଗିଲା ଆଉ ଏକ ସୁରାକ୍ । ସୌମ୍ୟ ରହୁଥବବା ପାରଳାଖେମୁଣ୍ଡି କ୍ୱାଟରରେ ହିଁ ପୋଡି ହୋଇଛନ୍ତି ସୌମ୍ୟ ।

ଆଜି କ୍ରାଇମବ୍ରାଞ୍ଚର ଏକ ସ୍ୱତନ୍ତ୍ର ଟିମ୍ ପୁଣି ଥରେ କ୍ୱାଟରର ତଲାସି ନେବା ସମୟରେ ମିଳିଛି କିଛି ପୋଡା ଦାଗ । ଘରର ବାରିପଟ କବାଟ କିଛି ମାତ୍ରାରେ ପୋଡି ଯାଇଥିବା ସହିତ ମଶା ନେଟ୍ ରେ ମଧ୍ୟ ପୋଡା ଦାଗ ମିଳିଛି ।

ଏହା ସହିତ ଅନ୍ୟ ପାରିପାଶ୍ୱିର୍କ ସ୍ଥିତି ଓ ପ୍ରମାଣ ସବୁକୁ ଦେଖି କ୍ରାଇମବ୍ରାଞ୍ଚ ସୂଚନା ଅନୂଯାଇ ଘଟଣା ସୌମ୍ୟଙ୍କ କ୍ୱାଟରରେ ହିଁ ଘଟିଛି । 

ତେବେ ଏହି ମାମଲାରେ ଦିନକୁ ଦିନ ଅତି ରହସ୍ୟମୟ ହୋଇ ଚାଲିଛି । ଏବଂ ଘଟଣାର ଗଜପତି ପୋଲିସ୍ ଓ ରାଜ୍ୟ କ୍ରାଇମବ୍ରାଞ୍ଚର ମିଳିତ ସହଯୋଗରେ ତଦନ୍ତ ଜାରି ରହିଛି ।

ଅନ୍ୟପଟେ ପତ୍ନୀ ବିଦ୍ୟାଭାରତୀଙ୍କୁ ମାରାଥନ୍ ଜେରା କରିଛି ଓଡ଼ିଶା କ୍ରାଇମବ୍ରାଞ୍ଚ ଟିମ୍ । ଏହାପରେ ଏବେ କ୍ରାଇମବ୍ରାଞ୍ଚ ଟାର୍ଗଟରେ ଡିଏଫଓ ସଂଗ୍ରାମ ବେହେରା ।

ଅତି ରହସ୍ୟ ଜନକ ଭାବରେ ସୌମ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ ପତ୍ନୀ ବିଦ୍ୟାଭାରତୀ ଓ ଡିଏଫଓଙ୍କ ଅନୈତିକ ସମ୍ପର୍କ ରହିଛି ବୋଲି ଏବଂ ଏହା ହିଁ ସୌମ୍ୟଙ୍କ ମୃତ୍ୟୁର କାରଣ ବୋଲି ବାରମ୍ବାର ଅଭିଯୋଗ କରିଆସୁଛନ୍ତି ଏସିଏଫ ସୌମ୍ୟରଞ୍ଜନଙ୍କ ପରିବାର ଲୋକ ।

  • Tags:

Subscribe

National International State Sports Entertainment