Home >
ରାଜ୍ୟପାଇଁ ଆଶ୍ୱସ୍ତିକର ଖବର, ଆଜି ରାଜ୍ୟରେ ସୁସ୍ଥ ହେଲେ ୭୫୬ କରୋନା ରୋଗୀ
Khabar Odisha:756-COVID19-patients-recover-in-Odisha-taking-total-recoveries-to-21273
ଭୁବନେଶ୍ୱର, ଅଗଷ୍ଟ ୦୧ (ଖବର ଓଡ଼ିଶା):

ରାଜ୍ୟରେ ଶନିବାର ଦିନ ଆଉ ୭୫୬ କରୋନା ଆକ୍ରାନ୍ତ ରୋଗୀ ସୁସ୍ଥ ହୋଇଛନ୍ତି । ଏ ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଆଜି ସୁସ୍ଥଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୬୨ ଜଣ ରହିଛନ୍ତି। ସେହିପରି ଗଞ୍ଜାମରୁ ୧୩୯ ଜଣ , କଟକରୁ ୭୮, ସୁନ୍ଦରଗଡରୁ ୫୮, ଗଜପତିରୁ ୪୯, ଭଦ୍ରକରୁ ୩୩, କେନ୍ଦୁଝରରୁ ୩୧, ପୁରୀରୁ ୨୮, ନୟାଗଡ ୨୨, ରାୟଗଡାରୁ ୨୦, ବାଲେଶ୍ୱରରୁ ୨୦ ଜଣ ସୁସ୍ଥ ହୋଇଛନ୍ତି। ସେହିପରି କୋରାପୁଟରୁ୧୮, ମାଲକାନଗିରିରୁ ୧୬, ନବରଙ୍ଗପୁରରୁ ୧୩, କନ୍ଧମାଳରୁ ୧୦, ସମ୍ବଲପୁରରୁ ୧୦, ଜୟପୁରରୁ ଓ କେନ୍ଦ୍ରାପଡାରୁ ୯ ଜଣ ଲେଖାଏ, ଜଗତସିଂହପୁରରୁ ୮, ବରଗଡରୁ ୭, ଢେଙ୍କାନାଳ ଓ ଝାରସୁଗୁଡାରୁ ୬ ଜଣ ଲେଖାଏ ସୁସ୍ଥ ହୋଇଛନ୍ତି। ଠିକ ସେହିପରି ବଲାଙ୍ଗୀର ଓ କଳାହାଣ୍ଡିରୁ ଦୁଇ ଜଣ ଲେଖାଏ, ଅନଗୋଳରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

  • Tags:

Subscribe

National International State Sports Entertainment