300 ଫୁଟ ବୋରୱେଲରେ ଫସିଛି ଅଢେଇ ବର୍ଷର ଶିଶୁ କନ୍ୟା । ମଧ୍ୟପ୍ରଦେଶ ସିହୋର ଜିଲ୍ଲା ମୁଗାବଲି ଗାଁରେ ଏକ କୁନି ଝିଅ ୩ଶହ ଫୁଟ ବୋରୱେଲ ତଳକୁ ଖସିପଡ଼ିଛି । ସ୍ଥାନୀୟ ପ୍ରଶାସନ, ଏନଡିଆରଏଫ ଓ ଅଗ୍ନିଶମମ ବିଭାଗ ମିଳିତ ଭାବେ ଝିଅକୁ ଉଦ୍ଧାର ପାଇଁ ଅପରେସନ ଚଳାଇଛନ୍ତି ।
ସ୍ଥାନୀୟ ପ୍ରଶାସନର ସୂଚନା ଅନୁସାରେ ବୋରୱେଲ ନିକଟରେ ସମାନ୍ତରାଳ ଭାବେ ଖୋଳାଚାଲିଛି । ଉଦ୍ଧାରକାରୀ ଟିମ କିଛି ସମୟ ମଧ୍ୟରେ ଶିଶୁ କନ୍ୟା ନିକଟରେ ପହଂଚି ଯିବେ । ଅନ୍ୟପଟେ ଏତେ ତଳକୁ ଖସିପଡିଥିବାରୁ ଶ୍ୱାସକ୍ରିୟାରେ ଅସୁବିଧା ସମ୍ଭାବନା ଥିବାରୁ ଅକ୍ସିଜେନ ଯୋଗାଣ ଜାରି ରହିଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
ସୂଚନା ଅନୁସାରେ କିଛି ବର୍ଷ ପୂର୍ବେ ପାଣି ପାଇଁ ଜଣେ ଚାଷୀ ବୋରୱେଲ ଖୋଲିଥିଲେ କିନ୍ତୁ ପାଣି ନ ବାହାରିବାରୁ ଖୋଲିବା ବନ୍ଦ କରିଦେଇଥିଲେ ଏବଂ ବୋରୱେଲ ଟିକୁ ଖୋଲା ଛାଡିଦେଇଥିଲେ । ତେଣୁ ବାହାରେ ଖେଳୁଥିବା ବେଳେ ଝିଅଟି ବୋରୱେଲରେ ଖସି ପଡିଥିଲା । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ପ୍ରଶାସନକୁ ଖବର ଦେଇଥିଲେ ।
ଅଧିକ ପଢନ୍ତୁ : ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ସିଷ୍ଟମରେ ପରିବର୍ତ୍ତନ ଯୋଗୁ ଦୁର୍ଘଟଣା ଘଟିଛି : ରେଳ ମନ୍ତ୍ରୀ