ରୁଷିଆ ଆଉ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ଏ ପର୍ଯ୍ୟନ୍ତ ଅନ୍ତ ଘଟିନାହିଁ । ଏବେ ପୁଣି ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି । ପାଲେଷ୍ଟାଇନ ଆତଙ୍କବାଦୀମାନେ ଇସ୍ରାଏଲ ଉପରେ ରକେଟ ମାଡ କରିଥିଲା । ପ୍ରାୟ ୫୦୦୦ ରୁ ଅଧିକ ରକେଟ ମାଡ ଇସ୍ରାଏଲ ଉପରେ ହୋଇଥିଲା । ଆଉ ଏହି ଆକ୍ରମଣରେ ଇସ୍ରାଏଲରେ ବହୁତ ଲୋକଙ୍କର ମୃତ୍ୟୁ ମଧ୍ୟ ହୋଇଯାଇଛି । ସେଥିପାଇଁ ପାଲେଷ୍ଟାଇନ୍ ବିରୋଧରେ ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି । ଯୁଦ୍ଧ ଭୂମିରେ ନିଜର ଶକ୍ତି ଦେଖାଇବ ଇସ୍ରାଏଲ ।
ଇସ୍ରାଏଲର ସେନା ଗାଜା ପଟ୍ଟି ପଟରୁ ହମାସ ବିରୋଧରେ ‘ଅପରେସନ୍ ଆଇରନ୍ ସ୍କ୍ୱାର୍ଡ’ ଆରମ୍ଭ କରିଛି । ଆକାଶ ମାର୍ଗରେ ନିଜର ଲଢୁଆ ବିମାନକୁ ନିୟୋଜିତ କରିଛି ଇସ୍ରାଏଲ । ଇସ୍ରାଏଲର ପ୍ରଧାନମନ୍ତ୍ରୀ କହିଛନ୍ତି ଯେ , ଆମେ ଯୁଦ୍ଧ ମୈଦାନକୁ ଓହ୍ଲାଇ ସାରିଛୁ । ଏହା କୌଣସି ପ୍ରକାର ଅପରେସନ୍ ନୁହେଁ । ଇସ୍ରାଏଲରେ ବେଆଇନ ଭାବେ ଆତଙ୍କବାଦୀମାନେ ପଶିଥିବାରୁ ଇସ୍ରାଏଲ ଏପରି ନିଷ୍ପତ୍ତି ନେଇଛି । ସୂଚନା ଅନୁସାରେ, ଶନିବାର ପାଲେଷ୍ଟାଇନର ଗାଜା ପଟିରୁ ଇସ୍ରାଏଲ ଉପରେ ରକେଟ ମାଡ କରିଥିଲା । ପ୍ରାୟ ୨୦ ମିନିଟରେ ୫ ହଜାର ରକେଟ ପାଲେଷ୍ଟାଇନ ଆକ୍ରମଣ କରିଥିଲା । ଇସ୍ରାଏଲ ଉପରେ ପ୍ରଥମେ ଆକ୍ରମଣ କରିଥିବାରୁ ଇସ୍ରାଏଲ ଏମିତି ଏକ ପଦକ୍ଷେପ ନେଇଛି ।
ଆଗକୁ ପଢ଼ନ୍ତୁ : ଆଫଗାନିସ୍ତାନରେ ଭୀଷଣ ଭୂମିକମ୍ପ ଅନୁଭୂତ