Home >
ରାଜ୍ୟରେ ଆଉ ୨ ଟି ମୁଣ୍ଡ ନେଲା ମହାମାରୀ କରୋନା, ମୃତ୍ୟୁ ସଂଖ୍ୟା ୨୫ ଛୁଇଁଲା
Khabar Odisha:2-Corona-patient-death-in-Odisha
ଭୁବନେଶ୍ୱର, ଜୁନ 30 ( ଖବର ଓଡ଼ିଶା):

 ରାଜ୍ୟରେ ଆଉ ୨ ଟି ମୁଣ୍ଡ ନେଲା ମହାମାରୀ କରୋନା ଭାଇରସ ।  ତେବେ ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୨୫ ଛୁଇଁଲା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି କରୋନାରେ ମୃତ୍ୟୁ ଘଟିଥିବା ଜଣେ ୨ ଜଣ ମୃତକ ଗଞ୍ଜାମ ଜିଲ୍ଲାର ବୋଲି  ସ୍ପଷ୍ଟ ହୋଇଛି । ତେବେ ମୃତକ ଜଣକ ଗଞ୍ଜାମ ଜିଲ୍ଲାର ୪୮ ବର୍ଷୀୟ ମହିଳା । ଅନ୍ୟଜଣେ ମଧ୍ୟ ଗଞ୍ଜାମ ଜିଲ୍ଲାର ୩୯ ବର୍ଷୀୟ   ମହିଳା। କରୋନା ମହାମାରୀରେ ସଂକ୍ରମଣ ହୋଇ ଦୁହେଁ କୋଭିଡ ହସ୍ପିଟାଲରେ ଚିକିତ୍ସିତ କରାଯାଉଥିଲା । କିଛି ଦିନ ତଳେ ସେ ଉଭୟ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। 

ତେବେ ଶରୀରରେ ଅନେକ ଗମ୍ଭୀର ସମସ୍ୟା ରହିଥିବା ବେଳେ ଚିକିତ୍ସିତ ଅବସ୍ଥାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ସେହିଭଳି ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୫ କୁ ବୃଦ୍ଧି ପାଇଛି । ପୂର୍ବରୁ ରାଜ୍ୟରେ ୨୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା ।

  • Tags:

Subscribe

National International State Sports Entertainment