ଏମ୍ ବୀରାଲକ୍ଷ୍ମୀ ଦେଶର ପ୍ରଥମ ମହିଳା ଆମ୍ବୁଲାନ୍ସ ଡ୍ରାଇଭର, ମହିଳା ସଶକ୍ତିକରଣର ଆଉ ଏକ ଉଦାହରଣ ହେଲେ ତାମିଲନାଡୁର ବାସିନ୍ଦା
ତାମିଲନାଡୁ/
ଏବେ ମହିଳାମାନେ ପୁରୁଷଙ୍କଠାରୁ ବି ଆଗରେ। ନାରୀ-ପୁରୁଷର ଭେଦଭାବ ନ ଥିବା ପୁଣି ଥରେ ଦେଖିବାକୁ ମିଳିଛି। ମହିଳା ସଶକ୍ତିକରଣର ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ଏମ୍ ବୀରଲକ୍ଷ୍ମୀ। ତାମିଲନାଡୁରେ ପ୍ରଥମ ଥର ପାଇଁ ଜଣେ ମହିଳାଙ୍କୁ ଆମ୍ବୁଲାନ୍ସ ଡ୍ରାଇଭର ଭାବେ ନିଯୁକ୍ତି ମିଳିଛି। ଅଗଷ୍ଟ ୩୧ରେ ଏମ୍ ବୀରାଲକ୍ଷ୍ମୀଙ୍କୁ ସେକ୍ରେଟେରିଏଟ୍ରେ ଆନୁଷ୍ଠାନିକ ଭାବେ ନିଯୁକ୍ତ ଦିଆଯାଇଛି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବାକୁ ଅଧିକ ସକ୍ରିୟ କରିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିଥିବା କହିଛନ୍ତି।
ସରକାରୀ ବ୍ଲଡ ବ୍ୟାଙ୍କ ପାଇଁ ପ୍ରାୟ ୯୦ଟି ଆମ୍ବୁଲାନ୍ସ ଓ ୧୦ଟି ହାଇଟେକ୍ ଗାଡ଼ି ନିଯୁକ୍ତ କରାଯାଇଛି। ଏସବୁ ବ୍ଲଡ୍ ବ୍ୟାଙ୍କରୁ ରକ୍ତ ସଂଗ୍ରହ କାମ କରିବେ। ସେ ପୁରୁଷ ଭାବେ ଡ୍ରାଇଭର କାମ କରୁଥିବାରୁ ଲୋକମାନେ ତାଙ୍କୁ ତାଛଲ୍ୟ କରୁଥିଲେ। କିନ୍ତୁ ଏ ସବୁକୁ ଖାତିର ନ କରି ସେ ଟ୍ରେନିଂ ନେଇ ଡ୍ରାଇଭରରେ ଭାବେ ନିଯୁକ୍ତ ମିଳିଛି। ଏବେ ସେ ଅନ୍ୟ ମହିଳାଙ୍କୁ ମଧ୍ୟ ଏ ଦିଗରେ ଉତ୍ସାହିତ କରିବେ ବୋଲି କହିଛନ୍ତି। ଏହା ଦ୍ବାରା ତାଙ୍କ ଘରର ଆର୍ଥିକ ପରିସ୍ଥିତି ମଧ୍ୟ ସୁଦୃଢ଼ ହେବ।