ମାଓବାଦୀଙ୍କ ମୁକାବିଲା କରିବ ମହିଳା କମାଣ୍ଡୋ ଟିମ୍‌ ‘ଦନ୍ତେଶ୍ୱରୀ ଲଡ଼ାକେ’
Khabar Odisha:women-commando-team-Danteshwari-Ladake-will-fingt-with-naxals
ଛତିଶଗଡ଼, ମେ ୧୩ (ଖବର ଓଡ଼ିଶା):

ଛତିଶଗଡ଼ରେ ମାଓ ପ୍ରଭାବିତ ବସ୍ତର ଓ ଦନ୍ତେୱାଡ଼ା ଜିଲ୍ଲାରେ ମାଓବାଦୀଙ୍କ ମୁକାବିଲା କରିବ ‘ଦନ୍ତେଶ୍ୱରୀ ଲଡ଼ାକେ’ । ଦୁଇଟି ଜିଲ୍ଲାରେ ଏବେ ନକ୍ସଲ ବିରୋଧୀ ମହିଳା କମାଣ୍ଡୋଙ୍କୁ ମୁତୟନ କରାଯାଇଛି । ଏହି ଟିମ୍‌ରେ ୩୦ ଜଣ ନକ୍ସଲ ବିରୋଧୀ ମହିଳା କମାଣ୍ଡୋ ରହିଛନ୍ତି । ଏ ନେଇ ବସ୍ତର ଜିଲ୍ଲା ଆଇଜି ବିବେକାନନ୍ଦ ସିହ୍ନା ସୂଚନା ଦେଇଛନ୍ତି । 

ବସ୍ତର ଓ ଦନ୍ତେୱାଡ଼ା ମାଓ ପ୍ରବଣ ଜିଲ୍ଲା । ଏଠାରେ ମାଓବାଦୀଙ୍କ ମୁକାବିଲା ପାଇଁ ମହିଳା କମାଣ୍ଡରମାନଙ୍କୁ ନିୟୋଜିତ କରାଯାଇଛି । ସେହି ଟିମ୍‌ର ନାଁ ରଖାଯାଇଛି ‘ଦନ୍ତେଶ୍ୱରୀ ଲଡ଼ାକେ’ । ଏହି ଟିମ୍‌ରେ ୩୦ ଜଣ ନକ୍ସଲ ବିରୋଧୀ ମହିଳା କମାଣ୍ଡୋ ରହିଛନ୍ତି । ସେମାନଙ୍କ ମଧ୍ୟରେ ୧୦ ଆତ୍ମ ସମର୍ପଣ କରିଥିବା ମହିଳା ମାଓବାଦୀ ମଧ୍ୟ ସାମିଲ ଅଛନ୍ତି । ଏହି ମହିଳା ସୁରକ୍ଷାବାହିନୀ ପୁରୁଷ କମାଣ୍ଡୋମାନଙ୍କ ସମକକ୍ଷ ଅଟନ୍ତି । ଏମାନେ ଆଗକୁ ବହୁତ ଭଲ କାମ କରିବେ ମୋର ବିଶ୍ୱାସ ରହିଛି ବୋଲି ବସ୍ତର ଆଇଜି କହିଛନ୍ତି  । ଏହା ନାରୀ ସଶକ୍ତିକରଣର ଏକ ସ୍ୱତନ୍ତ୍ର ଉଦାହରଣ ବୋଲି ଆଇଜି କହିଛନ୍ତି ।

Subscribe

National International State Sports Entertainment