ଅଚିହ୍ନା ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
Khabar Odisha:state-odisha-murder-at-athagada
କଟକ, ସେପ୍ଟେମ୍ବର ୦୧ (ଖବର ଓଡିଶା) :

 ଆଠଗଡରେ ଏକ ପାଣି ଟାଙ୍କିରୁ ଜଣେ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମହିଳାଙ୍କ ପରିଚୟ ଏଯାଏଁ ମିଳିପାରି ନାହିଁ। କେହି ହତ୍ୟା କରି ଫୋପାଡି ଦେଇଥିବା ଆଶଙ୍କା କରାଯାଉଛି। 

କଟକ ଜିଲ୍ଲା ଆଠଗଡରେ ଗ୍ରାମ୍ୟ ନିର୍ମାଣ ଯନ୍ତ୍ରୀଙ୍କ ଅଫିସ୍ ପରିସରରେ ଥିବା ପାଣି ଟାଙ୍କିରୁ ଜଣେ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମହିଳା ଜଣଙ୍କ ପରିଚୟ ଏଯାଏଁ ମିଳିପାରି ନାହିଁ। କେହି ହତ୍ୟା କରି ମହିଳାଙ୍କୁ ପାଣି ଟାଙ୍କି ଭିତରେ ଫୋପାଡିଥିବା ଆଶଙ୍କା କରାଯାଉଛି। ପୁଲିସ ଏବେ ଘଟଣାସ୍ଥଳରେ ପହଁଚି ତନାଘନା କରୁଛି।

Subscribe

National International State Sports Entertainment