ନବବଧୂକୁ ହତ୍ୟା, ଅଭିଯୁକ୍ତ ସ୍ଵାମୀ ଅଟକ
Khabar Odisha:state-odisha-a-newly-married-bride-is-murdered-by-in-laws-at-jatani
ଖୋର୍ଦ୍ଧା, ସେପ୍ଟେମ୍ବର ୦୧ (ଖବର ଓଡିଶା) :

ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନବବଧୂଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ସ୍ଵାମୀ ଏବେ ଥାନାରେ ଅଟକ ଅଛନ୍ତି। 

ଖୋର୍ଦ୍ଧା ଜିଲ୍ଲା ଜଟଣୀ ପୋଷ୍ଟ ଅଫିସ୍ ନିକଟରେ ଜଣେ ନବବଧୂଙ୍କୁ ଶାଶୁଘର ଲୋକ ହତ୍ୟା କରିଛନ୍ତି। ଏହାପରେ ବାପଘର ଲୋକେ ଥାନାରେ ହତ୍ୟା ଅଭିଯୋଗ ଆଣିଛନ୍ତି। ଫଳରେ ମୃତକଙ୍କ ସ୍ଵାମୀ ସୁବ୍ରତ ସେଠୀଙ୍କୁ ପୁଲିସ ଗିରଫ କରିଛି। ସେହି ସମୟରେ ଗିରଫ ହେବା ଭୟରେ ଶାଶୂ, ଶ୍ଵଶୁର, ନଣନ୍ଦ ଓ ଦିଅର ଫେରାର ଅଛନ୍ତି।

Subscribe

National International State Sports Entertainment