ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିଲେ ଯୁବକ, ଏବେ ଘର ଆଗରେ ପ୍ରେମିକାଙ୍କ ଧାରଣା
Khabar Odisha:state-odisha-a-girl-protest-against-his-boyfriend-in-raygada
ରାୟଗଡା, ଅଗଷ୍ଟ ୨୯ (ଖବର ଓଡିଶା) :

 କୁହନ୍ତି ପ୍ରେମରେ ଲୋକେ ଗିରି ଲଙ୍ଘି ଯାଆନ୍ତି। ତେବେ ଏହି ଉକ୍ତି ପ୍ରାୟତଃ ପୁଅମାନଙ୍କ କ୍ଷେତ୍ରରେ ଦେଖିବାକୁ ମିଳେ। କାରଣ ଝିଅମାନଙ୍କ ପାଦରେ ସମାଜ ନାମର ଏକ ବେଡି ବନ୍ଧା ହୋଇଥାଏ। ରାୟଗଡାରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା। ତେବେ ଏହି କ୍ଷେତ୍ରରେ ଜଣେ ପୁଅ ନୁହେଁ ବରଂ ଜଣେ ଝିଅ ଆଗକୁ ଆସିଛନ୍ତି। ନ୍ୟାୟ ପାଇବା ପାଇଁ ସେ ନିଜ ପ୍ରେମିକର ଘର ଆଗରେ ଧାରଣା ଦେଇଛନ୍ତି। 

ରାୟଗଡାର ଏକ ଘରୋଇ ଇଞ୍ଜିନିୟରିଙ୍ଗ କଲେଜରେ ଅଧ୍ୟୟନ କରୁଥିବା ଜଣେ ଯୁବତୀଙ୍କ ସହ ଉକ୍ତ କଲେଜର ଜଣେ ଶିକ୍ଷକଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଯୁବକ ଜଣକ ତାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। କିନ୍ତୁ ଏବେ ଉକ୍ତ ଯୁବକଙ୍କର ଅନ୍ୟତ୍ର ବିବାହ ଠିକ୍ ହୋଇଛି। ଯାହା ଫଳରେ ଯୁବତୀ ଜଣକ ରାୟଗଡାର ଶେଷଖାଲ ଥାନା ପିତାମହଲ ସ୍ଥିତ ପ୍ରେମିକଙ୍କ ଘର ଆଗରେ ଧାରଣା ଦେଇଛନ୍ତି। ଯୁବତୀଙ୍କ ସହ ତାଙ୍କର ପିତାମାତା ଅନଶନରେ ବସିଛନ୍ତି। ନ୍ୟାୟ ଆଶାରେ ଯୁବତୀ ଜଣକ ଅପେକ୍ଷା କରି ରହିଛନ୍ତି।

Subscribe

National International State Sports Entertainment