ଲୋକସଭାରେ ଓଡ଼ିଶାର ୩୩ ପ୍ରତିଶତ ମହିଳା, ୭ ଆସନରେ ମହିଳା ପ୍ରାର୍ଥୀ ବିଜୟୀ
Khabar Odisha:out-of-21-lok-sabha-seats-of-Odisha-33-percent-women-candidates-win-in-this-battle
ଭୁବନେଶ୍ୱର, ମେ ୨୪ (ଖବର ଓଡ଼ିଶା):

ଚଳିତ ନିର୍ବାଚନରେ ନବୀନ ଖେଳିଥିବା ୩୩ ପ୍ରତିଶତ ମହିଳା ସଂରକ୍ଷଣ କାର୍ଡ ଏକ ପ୍ରକାର ସଫଳ ହେବାକୁ ଯାଉଛି । ବିଜେଡ଼ିର ଏକାକୀ ୩୩ ପ୍ରତିଶତ ମହିଳା ପ୍ରାର୍ଥୀ ବିଜୟୀ ହୋଇ ନ ଥିଲେ ମଧ୍ୟ ସମଗ୍ର ଭାବେ ୩୩ ପ୍ରତିଶତ ମହିଳା ଏଥର ସଂସଦରେ ପାଦ ରଖିବେ । ଅର୍ଥାତ ଓଡ଼ିଶାର ୨୧ ଲୋକସଭା ଆସନରୁ ୭ ଜଣ ମହିଳା ପ୍ରାର୍ଥୀ ଜୟଯୁକ୍ତ  ହୋଇଛନ୍ତି ।

ବିଜେଡ଼ିରୁ ପ୍ରମିଳା ବିଶୋୟୀ (ଆସ୍କା), ମଞ୍ଜୁଲତା ମଣ୍ଡଳ (ଭଦ୍ରକ), ରାଜଶ୍ରୀ ମଲ୍ଲିକ୍‌(ଜଗତସିଂହପୁର), ସର୍ମିଷ୍ଠା ସେଠୀ (ଯାଜପୁର) ଓ ଚନ୍ଦ୍ରାଣୀ ମୁର୍ମୁ (କେଉଁଝର) ବିଜୟୀ ହୋଇଛନ୍ତି । ସେହିପରି ଭୁବନେଶ୍ୱର ପାଇଁ ଲଢ଼ୁଥିବା ବିଜେପିର ଅପରାଜିତା ଷଡ଼ଙ୍ଗୀ ଓ ବଲାଙ୍ଗୀରୁ ସଙ୍ଗୀତା ସିଂହଦେଓ ଲୋକସଭାକୁ ବିଜୟୀ ହୋଇଛନ୍ତି ।

ଆସନ

ପ୍ରାର୍ଥୀ

ଦଳ

ଭୋଟ୍‌

ନିକଟତମ ପ୍ରତିଦ୍ୱନ୍ଦୀ

ଆସ୍କା

ପ୍ରମିଳା ବିଶୋୟୀ

ବିଜେଡ଼ି

୫୫୨୭୪୯

ଅନିତା ଶୁଭଦର୍ଶିନୀ

ଭଦ୍ରକ

ମଞ୍ଜୁଲତା ମଣ୍ଡଳ

ବିଜେଡ଼ି

୫୦୬୦୮୦

ଅଭିମନ୍ୟୁ ସେଠୀ

ଭୁବନେଶ୍ୱର

ଅପରାଜିତା ଷଡ଼ଙ୍ଗୀ

ବିଜେପି

୪୮୬୯୯୧

ଅରୁପ ପଟ୍ଟନାୟକ

ବଲାଙ୍ଗୀର

ସଙ୍ଗୀତା ସିଂହସେଓ

ବିଜେପି

୪୯୮୦୮୬

କଳିକେଶ ସିଂହଦେଓ

ଜଗତସିଂହପୁର

ରାଜଶ୍ରୀ ମଲ୍ଲିକ

ବିଜେଡ଼ି

୬୧୯୯୮୫

ବିଭୁ ପ୍ରସାଦ ତରାଇ

ଯାଜପୁର

ସର୍ମିଷ୍ଠା ସେଠୀ

ବିଜେଡ଼ି

୫୪୪୦୨୦

ଅମୀୟକାନ୍ତ ମଲ୍ଲିକ

କେଉଁଝର

ଚନ୍ଦ୍ରାଣୀ ମୁର୍ମୁ

ବିଜେଡ଼ି

୫୨୫୩୫୯

ଅନନ୍ତ ନାୟକ

ଏଠାରେ ଉଲ୍ଲେଖ ଯୋଗ୍ୟ, ଚଳିତ ନିର୍ବାଚନରେ ୨୧ଟି ଲୋକସଭା ଆସନରୁ ୧୨ଟି ଆସନରେ ଶାସକ ଦଳ ବିଜେଡ଼ିକୁ ମିଳିଥିବା ବେଳେ ୭ଟି ଆସନରେ ବିଜେପି ପ୍ରାର୍ଥୀମାନେ ଜୟଯୁକ୍ତ ହୋଇଛନ୍ତି । ସେହିପରି ଗତ ନିର୍ବାଚନରେ ଆଦୌ ଖାତା ଖୋଲିପାରି ନ ଥିବା କଂଗ୍ରେସକୁ ମାତ୍ର ଗୋଟିଏ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । 

  • Tags:

Subscribe

National International State Sports Entertainment