ଦୁଷ୍କର୍ମୀଙ୍କୁ ଗୋଡାଇ ଗୋଡାଇ ମାର- ଉନ୍ନାଓ ପୀଡିତାଙ୍କ ବାପା
Khabar Odisha:national-odisha-unnao-case-victim-family-reaction-accused-should-be-killed-like-hyderabad
ନୂଆଦିଲ୍ଲୀ, ଡିସେମ୍ଵର ୦୭ (ଖବର ଓଡିଶା) :

ଉନ୍ନାଓ ଦୁଷ୍କର୍ମ ପୀଡିତା ଶୁକ୍ରବାର ରାତ୍ରୀ ୧୧ଟା ୪୦ରେ ସଫଦରଗଞ୍ଜ ହସ୍ପିଟାଲରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ୪୪ ଘଣ୍ଟା ଜୀବନ ସହ ସଙ୍ଘର୍ଷ କରିବା ପରେ ପୀଡିତା ଆଖି ବୁଜିଛନ୍ତି। ତେବେ ପିଡିତାଙ୍କ ମୃତ୍ୟୁ ପରେ ତାଙ୍କ ପିତା ଆକ୍ରଶ ପ୍ରକାଶ କରିଛନ୍ତି। ଗଣମାଧ୍ୟମ ସାମ୍ନାରେ ପୀଡିତାଙ୍କ ପିତା ଅଭିଯୁକ୍ତକାରୀଙ୍କୁ ଗୋଡଇ ଗୋଡାଇ ମାରିବାକୁ ଯୋଗୀ ସରକାରଙ୍କ ପାଖରେ ଅପିଲ କରିଛନ୍ତି। 

ଉନ୍ନାଓ ପୀଡିତାଙ୍କ ମୃତ୍ୟୁ ପରେ ତାଙ୍କ ପିତା କହିଛନ୍ତି ଯେ, ଯେଭଳି ହାଇଦ୍ରାବାଦ ପୋଲିସ ଅଭିଯୁକ୍ତଙ୍କୁ ଗୋଡଇ ଗୋଡାଇ ମାରିଛି ସେହିପରି ମୋ ଝିଅ ସହ ଦୁଷ୍କର୍ମ କରିଥିବା ଅଭିଯୁକ୍ତଙ୍କୁ ଗୋଡାଇ ଗୋଡାଇ ମରାଯାଉ। ନଚେତ୍ ସେମାନଙ୍କୁ ଫାଶୀରେ ଚଢାଇ ଦିଆଯାଉ। ଅଭିଯୁକ୍ତଙ୍କୁ ଦଣ୍ଡ ମିଳିବା ପରେ ଯାଇ ମୋ ଝିଅର ଆତ୍ମାକୁ ଶାନ୍ତି ମିଳିବ। 

ଉନ୍ନାଓ ପୀଡିତାଙ୍କ ମୃତ୍ୟୁ ପୂର୍ବରୁ ସଫଦରଗଞ୍ଜ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କର ୯୦ ପ୍ରତିଶତ ଶରୀର ଜଳି ଯାଇଥିଲା। ସେ ଶେଷ ନିଶ୍ଵାସ ଯାଏଁ ନ୍ୟାୟ ପାଇଁ ଦାବି କରିଥିଲେ। ଗଳା ଓ ଶ୍ଵାସନଳୀ ଖରାପ ଥିବା ସତ୍ତ୍ଵେ ସେ ଇସାରାରେ ମୁଁ ବଞ୍ଚି ଯିବିତ ବୋଲି ପ୍ରଶ୍ନ କରିଥିଲେ। ଏପରିକି ମୁଁ ମରିବାକୁ ଚାହୁଁ ନାହିଁ ବୋଲି କହିଥିଲେ। ଏହା ସହ ପୀଡିତା ମୃତ୍ୟୁ ପୂର୍ବରୁ ତାର ଭାଇଙ୍କୁ କହିଥିଲେ ଯେ, ତାଙ୍କ ସହ ଏଭଳି ଦୁଷ୍କର୍ମ କରିଥିବା ଅଭିଯୁକ୍ତକାରୀମାନେ ଯେପରି ବର୍ତ୍ତି ନଯାନ୍ତି।

Subscribe

National International State Sports Entertainment