ଦାରିଦ୍ର‌୍ୟ ଆଗରେ ହାର ମାନିଛି ସୌନ୍ଦର୍ଯ୍ୟ, ସନ୍ତାନ ମୁଁହରେ ଦୁଇମୁଠା ଆହାର ଦେବାକୁ କେଶ ବିକ୍ରୀ କରିଛି ବିଧବା ମାଆ
Khabar Odisha:national-odisha-salem-prema-widow-sales-her-hair-for-150-rupees-to-feed-three-kids
ନୂଆଦିଲ୍ଲୀ, ଜାନୁଆରୀ ୧୦ (ଖବର ଓଡିଶା) :

ତିନି ପିଲାଙ୍କ ମୁଁହରେ ଦୁଇ ମୁଠା ଖାଦ୍ୟ ଦେବା ପାଇଁ ନିଜର କେଶ ବିକ୍ରୀ କରିଛି ବିଧବା ମାଆ। ପିଲାଙ୍କ ପେଟକୁ ଅପୋଷା ନରଖିବାକୁ ନିଜର ସୌନ୍ଦର୍ଯ୍ୟ ବିକ୍ରୀ କରିବାକୁ ପଛାଇ ନାହାଁନ୍ତି ତାମିଲନାଡୁର ଜଣେ ମହିଳା ପ୍ରେମା। ସ୍ଵାମୀଙ୍କ ମୃତ୍ୟୁ ପରେ ପିଲାଙ୍କ ପେଟ ପାଳିବାକୁ ଅକ୍ଷମ ହେବାରୁ ଦାରିଦ୍ର‌୍ୟରେ ଦହଗଞ୍ଜି ହୋଇ ସେ ଆତ୍ମହତ୍ୟା କରିବାକୁ ଚେଷ୍ଟା ମଧ୍ୟ କରିଥିଲେ, କିନ୍ତୁ ତାଙ୍କୁ ଏଥିରେ ବି ଭାଗ୍ୟ ସାଥ ଦେଇ ନଥିଲା। 

ସୂଚନାନୁସାରେ, ତାମିଲନାଡୁର ସଲେମାରେ ରହୁଥିବା ଜଣେ ୩୧ ବର୍ଷୀୟା ମହିଳା ପ୍ରେମା ତାଙ୍କର ୩ ଭୋକିଲା ଶିଶୁଙ୍କୁ ମୁଁହରେ ଆହାର ଦେବା ପାଇଁ ଲଣ୍ଡା ହୋଇ କେଶ ବିକ୍ରି କରିଛନ୍ତି। ପ୍ରେମାଙ୍କ ପତ୍ନୀ ୭ ମାସ ପୂର୍ବେ କରଜ ବୋଝରେ ଆତ୍ମହତ୍ୟା କରିଛନ୍ତି। ଏହାପରେ ପ୍ରେମାଙ୍କ ମୁଣ୍ଡରେ ତିନୋଟି ଶିଶୁଙ୍କ ଲାଳନପାଳନର ବୋଝ ମାଡି ବସିଛି। ଅର୍ଥାଭାବ କାରଣରୁ ପ୍ରେମା ସାହି ପଡୋଶୀଙ୍କୁ ସାହାଯ୍ୟ ମାଗିଥିଲେ ମଧ୍ୟ ସମସ୍ତଙ୍କ ନିକଟରୁ ନିରାଶ ହୋଇଥିଲେ। 

ଜୀବନ ଯୁଦ୍ଧରେ ହାରିଯାଇ ପ୍ରେମା ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଏଥିରେ ବି ଭାଗ୍ୟ ତାଙ୍କର ସାଥ ଦେଇ ନଥିଲା। ସେ କେଶ ବିକ୍ରୀ କରି ଏଥିରେ ଆତ୍ମହତ୍ୟା କରିବାକୁ କୀଟନାଶକ ଔଷଧ କିଣିବାକୁ ଯାଇଥିଲେ କିନ୍ତୁ ଦୋକାନୀଙ୍କୁ ସନ୍ଦେହ ହେବାରୁ ସେ ତାଙ୍କୁ ବିଷ ଦେଇ ନଥିଲେ। ପ୍ରେମାଙ୍କ ଏହି ଦୁଃଖଭରା କାହାଣୀ ଜଣେ ଗ୍ରାଫିକ୍ ଡିଜାଇନରଙ୍କ ଦୃଷ୍ଟିଗୋଚର ହେବାରୁ ସେ ମହିଳାଙ୍କ ସାହାଯ୍ୟ ପାଇଁ କ୍ରଉଡ୍ ଫଣ୍ଡିଂ ପାଇଁ ଅପିଲ କରିଛନ୍ତି। ଏହାପରେ ପ୍ରେମାଙ୍କୁ କିଛି ସହୃଦୟ ବ୍ୟକ୍ତମାନେ ସହଯୋଗ କରିଛନ୍ତି। ତାଙ୍କୁ ୧ ଲକ୍ଷ ୪୫ ହଜାର ଟଙ୍କା ସହାୟତା ରାଶି ମିଳିଛି। ଏତଦ୍ ବ୍ୟତୀତ ସଲେମ ଜିଲ୍ଲା ପ୍ରଶାସନ ତାଙ୍କୁ ବିଧବା ଭତ୍ତା ମଧ୍ୟ ଦେଉଛନ୍ତି। 

Subscribe

National International State Sports Entertainment