ଘୋଷଣା ହେଲା ନୂଆ ଫାଶୀ ତାରିଖ, ଫେବୃଆରୀ ୧ ସକାଳ ୬ଟାରେ ଝୁଲିବେ ଦୋଷୀ
Khabar Odisha:national-odisha-2012-Delhi-gang-rape-case-A-Delhi-court-issues-fresh-death-warrant-for-convicts-for-1st-February-6-am
ନୂଆଦିଲ୍ଲୀ, ଜାନୁଆରୀ ୧୭ (ଖବର ଓଡ଼ିଶା) :

ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ଏବଂ ହତ୍ୟା ଘଟଣାର ଘୋଷଣା ହେଲା ନୂଆ ଫାଶୀ ତାରିଖ । ଫେବୃଆରୀ ୧ ସକାଳ ୬ଟାରେ ଫାଶୀ ଖୁଣ୍ଟରେ ଝୁଲିବେ ନିର୍ଭୟା ଦୋଷୀ ଏ ନେଇ ସାନି ତାରିଖ ଘୋଷଣା କଲେ ପଟିଆଲା ହାଉସ କୋର୍ଟ । ମୁକେଶର ଦୟା ଯାଚିକା ଗୃହ ମନ୍ତ୍ରାଳୟ ଆଜି ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଥିଲା । ତେବେ ଏହି ଯାଚିକାକୁ ରାଷ୍ଟ୍ରପତି ଖାରଜ କରିବା ପରେ ତିହାର ଜେଲ କର୍ତ୍ତୃପକ୍ଷ ତୁରନ୍ତ ଏନେଇ ନୂଆ ତାରିଖ ଘୋଷଣା କରିବା ପାଇଁ ପଟିଆଲା ହାଉସ କୋର୍ଟରେ ଆବେଦନ କରିଥିଲେ । କୋର୍ଟ 4ଟା 30ରେ ଏହି ଆବେଦନ ଉପରେ ଶୁଣାଣି କରିବେ ବୋଲି ସମୟ ନିର୍ଦ୍ଧାରଣ କରିଥିଲେ । ତେବେ ଫାଶୀ ଦଣ୍ଡାଦେଶକୁ କାୟମ ରଖି କୋର୍ଟ କେବଳ ନୂତନ ସାନି ତାରିଖ ଘୋଷଣା କରିଛନ୍ତି । ଏହା ସହ ଅଭିଯୁକ୍ତଙ୍କ ଫାଶୀଦଣ୍ଡ ସ୍ପଷ୍ଟ ହୋଇଛି। 

Subscribe

National International State Sports Entertainment