ଯାଜପୁରରେ ଯୁବତୀଙ୍କୁ ଗଣଦୁଷ୍କର୍ମ, ରାଜନେତାଙ୍କ ସମ୍ପର୍କୀୟ ସାମିଲ ଥିବା ଅଭିଯୋଗ
Khabar Odisha:girl-gang-raped-by-miscreants-near-Sukinda
ଯାଜପୁର, ଅପ୍ରେଲ ୨୫ (ଖବର ଓଡ଼ିଶା):

ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି । ଜଣେ ଯୁବତୀଙ୍କୁ କିଛି ଦୁର୍ବୃତ୍ତ ଗରଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏ ନେଇ ଯୁବତୀଙ୍କ ସୁକିନ୍ଦା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୁକ୍ତ ଜଣକ ଜଣେ ରାଜନେତାଙ୍କ ସମ୍ପର୍କୀୟ ବୋଲି ତାଙ୍କ ବାପା କହିଛନ୍ତି । ପୀଡ଼ିତାଙ୍କ ବାପାଙ୍କ ଏତଲାରେ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଯୁବତୀ ଜଣଙ୍କ ତାଙ୍କ ବାପାଙ୍କ ଦୋକାନରେ ବସିଥିବା ବେଳେ ଅପରାହ୍ନ ସମୟରେ ଜଣେ ଯୁବକ ଆସିଥିଲା । ଯୁବତୀ ଜଣଙ୍କ ତାଙ୍କୁ ସଫଲ ପ୍ୟାକେଟ୍ ବଢ଼ାଇ ଦେବା ବେଳେ ସେ ତାଙ୍କ ହାତ ଧରି ଘୋଷାରି ଘୋଷାରି ଗାଡ଼ି ଭିତରକୁ ନେଇ ଯାଇଥିଲା । ସେତେବେଳେ ଯୁବତୀଙ୍କ ଘରେ କେହି ନଥିଲେ । ଯୁବକ ଜଣକ ତାଙ୍କୁ ଡୁବୁରି ରାସ୍ତାରେ ନେଇ ଦୁଷ୍କର୍ମ କରିଥିଲା । ଏହା ପରେ ସେ ଜଣେ ରାଜନେତାଙ୍କ ସଂପର୍କୀୟଙ୍କ ନିକଟକୁ ନେଇ ଯାଇଥିଲା । ସେଠାରେ ତାଙ୍କୁ ଦୁଷ୍କର୍ମ କରିଥିଲେ । ଏହା ପରେ ଘରେ ନିକଟରେ ଛାଡ଼ି ଚାଲି ଯାଇଥିଲେ ବୋଲି ତାଙ୍କ ବାପା ଥାନାରେ କହିଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

  • Tags:

Subscribe

National International State Sports Entertainment