ଉତ୍ତର ପ୍ରଦେଶ,ଏପ୍ରିଲ୪(ଖବର ଓଡିଶା)୨୦୧୫ ମସିହାରେ ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗିତାର ଫାଇନାଲିଷ୍ଟ ଦୀକ୍ଷା ସିଂ ଏବେ ପଞ୍ଚାୟତ ନିର୍ବାଚନ ଲଢିବାର ନିଷ୍ପତି ନେଇଛନ୍ତି । ଉତ୍ତର ପ୍ରଦେଶର ଜୌନପୁର ଲିଲ୍ଲାର ବକ୍ସା ବ୍ଲକର ୨୬ ନମ୍ବର ୱାର୍ଡର ସେ ନିର୍ବାଚନ ଲଢିବେ ।
ତେବେ ସେ ୨୦୧୫ ମସିହରେ ଫେମିନା ମିସ୍ ଇଣ୍ଡିଆ ଫାଇନାଲରେ ପ୍ରତିଯୋଗୋତା କରିବା ପରେ କିଛି ମ୍ୟୁଜିକ ଭିଡିଓରେ ମଧ୍ୟ ଅଭିନୟ କରିଛନ୍ତି ।
ଦିକ୍ଷା ପ୍ରାର୍ଥିପତ୍ର ଦାଖଲ କରିଥିବା ଉକ୍ତ ସିଟ୍ରେ ପୁର୍ବରୁ ତାଙ୍କ ବାପା ଜିତେନ୍ଦ୍ର ସିଂ ପ୍ରତିଦ୍ୱନ୍ଦିତା କରି ଆସୁଥିଲେ । ତେବେ ସିଟ୍ଟି ମହିଳାଙ୍କ ପାଇଁ ସଂରକ୍ଷଣ ହୋଇଥିବାରୁ ଦିକ୍ଷା ତାଙ୍କ ପିତାଙ୍କ ବଦଳରେ ପ୍ରତିଯୋଗିତା କରୁଛନ୍ତି ।