ଖବର ଓଡ଼ିଶା: ରାଜ୍ୟର ମହିଳାମାନେ ସରକାରଙ୍କ ସୁଭଦ୍ରା ଯୋଜନାକୁ ଚାହିଁ ବସିଛନ୍ତି । ସୁଭଦ୍ରା ଯୋଜନାର ମାନ ଦଣ୍ଡ କଣ ରହିବ ସେ ନେଇ ସରକାରଙ୍କ ତରଫରୁ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇ ନାହିଁ । ଏଥିପାଇଁ ରାଜ୍ୟରେ ସାଧାରଣ ଲୋକଙ୍କ ମତାମତ ଗ୍ରହଣ କରାଯାଉଛି । ଲୋକଙ୍କ ମତାମତ ଆସିବା ପରେ ସୁଭଦ୍ରା ଯୋଜନାର ଏସଓପି ଜାରି କରାଯିବ । ଆଜି ଏନେଇ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତି ପରିଡା ।
ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି ଯେ ସାରା ରାଜ୍ୟରେ ୧୦ଟି କ୍ଲଷ୍ଟରରେ ଲୋକମାନଙ୍କଠାରୁ ମତାମତ ନିଆଯାଉଛି । ଲୋକଙ୍କ ମତାମତକୁ ଅପେକ୍ଷା କରାଯାଇଛି, ଆସିଲା ପରେ ଏସଓପି ସାର୍ବଜନୀନ ହେବ । ୧୪ ତାରିଖ ସୁଦ୍ଧା ଜିଲ୍ଲାପାଳଙ୍କ ଠାରୁ ମତାମତ ରିପୋର୍ଟ ଆସିବ । ଲୋକଙ୍କ ମତାମତକୁ ଦେଖି ଏସଓପିକୁ ସଂଶୋଧନ କରାଯାଇ ସାର୍ବଜନୀନ କରାଯିବ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସୂଚନା ଅନୁସାରେ ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାରେ ଭାଉଚର ରାଶି ପ୍ରଦାନ କରାଯିବ । ୨୦୨୪ ନିର୍ବାଚନରେ ବିଜେପି ନିର୍ବାଚନୀ ଇସ୍ତାହାରରେ ସୁଭଦ୍ରା ଯୋଜନାରେ ମହିଳାଙ୍କୁ ସାମିଲ କରି ସ୍ୱାବଲମ୍ବୀ କରିବାକୁ ପ୍ରତିଶ୍ରୁତି ଦେଇଥିଲା । ଏହି ଯୋଜନାରେ ଅନ୍ତର୍ଭୁକ୍ତ ମହିଳାଙ୍କୁ ସରକାର ୫୦ ହଜାର ଟଙ୍କା ଅର୍ଥ ରାଶି ପ୍ରଦାନ କରିବେ ।