ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଝିଅ ଅଞ୍ଜଳି ବିର୍ଲାଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି । ଅଞ୍ଜଳିଙ୍କ ପକ୍ଷରୁ ଦାୟର ହୋଇଥିବା ମାନହାନୀ ମୋକଦ୍ଦମାର ଶୁଣାଣୀ କରି ତୁରନ୍ତ ତାଙ୍କ ବିରୁଦ୍ଧରେ ହୋଇଥିବା ପୋଷ୍ଟକୁ ତୁରନ୍ତ ହଟାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀ ହାଇକୋର୍ଟର ବିଚାରପତି ନବୀନ ଚାୱଲା ୨୪ ଘଣ୍ଟା ମଧ୍ୟରେ ଅଞ୍ଜଳି ବିର୍ଲାଙ୍କ ବିରୁଦ୍ଧରେ ହୋଇଥିବା ପୋଷ୍ଟକୁ ହଟାଇବାକୁ ‘X’ ଏବଂ ‘ଗୁଗୁଲ’କୁ ନିର୍ଦ୍ଦେଶ ଦେଇଛନ୍ତି ।
ଲୋକସଭାର ବାଚସ୍ପତି ଓମ୍ ବିର୍ଲାଙ୍କ ଝିଅ ଅଞ୍ଜଳୀ ବିର୍ଲାଙ୍କୁ ନେଇ କିଛିଦିନ ହେବ ସାମାଜିକ ଗଣମାଧ୍ୟମରେ ଅନେକ ବିବାଦୀୟ ପୋଷ୍ଟ ଦେଖିବାକୁ ମିଳିଥିଲା । ଆଇଏଏସ୍ ଅଧିକାରୀ ଅଞ୍ଜଳୀ ବିର୍ଲା ହଠାତ ଆଜି ଦିଲ୍ଲୀ ହାଇକୋର୍ଟରେ ପହଂଚି ଏକ ମାନହାନୀ ମାମଲାଦ ଦାଏର କରିଥିଲେ । ସମସ୍ତ ସୋସିଆଲ ମିଡିଆ ପୋଷ୍ଟକୁ ହଟାଇବା ପାଇଁ ସେ ମାମଲା ଦାଏର କରିଛନ୍ତି । ସୋସିଆଲ ମିଡିଆରେ ତାଙ୍କ ନାମରେ ଅନେକ ମିଥ୍ୟା ଖବର ପ୍ରସାରଣ କରାଯାଉଥିବା ସେ ଅଭିଯୋଗ କରିଛନ୍ତି । ଏହାକୁ ସେ ଅପମାନଜନକ ବୋଲି କହିଛନ୍ତି । ଫଳରେ ତାଙ୍କ ପ୍ରତିଷ୍ଠା ଉପରେ ଆଞ୍ଚ ଆସିଛି । ଅଞ୍ଜଳୀଙ୍କ ତରଫରୁ ବରିଷ୍ଠ ଓକିଲ ରାଜୀବ ନାୟର ତତ୍କାଳ ମାମଲାକୁ ସୂଚୀବଦ୍ଧ କରି ଶୁଣାଣି କରିବାକୁ ଦାବି କରିଥିଲେ । କିଛି ଲୋକ ସତ୍ୟ ନ ଜାଣି ବିନା ପ୍ରମାଣରେ ତାଙ୍କ ନାମରେ ସୋସିଆଲ ମିଡିଆରେ ମିଥ୍ୟା ଗୁଜବ ପ୍ରଚାର କରୁଛନ୍ତି । ଏହା ସହ ତାଙ୍କ ମାଧ୍ୟମରେ କେନ୍ଦ୍ର ସରକାରଙ୍କୁ ବଦନାମ କରିବାକୁ ଚେଷ୍ଟା କରାଯାଉଥିବା କଥା ସେ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ।
ସୋସିଆଲ ମିଡିଆରେ ଅଭିଯୋଗ ହେଉଛି କି ଓମ୍ ବିର୍ଲାଙ୍କ ପ୍ରଭାବରେ ତାଙ୍କୁ ପ୍ରଥମ ପ୍ରୟାସରେ ୟୁପିଏସସି ପରୀକ୍ଷାରେ ପାସ୍ କରି ଦିଆଯାଇଥିଲା ।