ଖବର ଓଡ଼ିଶା: ଗୁରୁବାର ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପନ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ ଉପସ୍ଥାପନ କରିଛନ୍ତି । ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ ହୋଇଛି । ନିର୍ବାଚନ ଇସ୍ତାହାରରେ ଘୋଷଣା କରିଥିବା ପ୍ରତିଶ୍ରୁତିକୁ ପୂରଣ କରିଛନ୍ତି । ସୁଭଦ୍ରା ଯୋଜନା ପାଇଁ ବଜେଟରେ ବ୍ୟବସ୍ଥା କରାଯାଇଛି । ଏହି ଯୋଜନା ପାଇଁ ୧୦ ହଜାର କୋଟିର ବ୍ୟୟବରାଦ କରାଯାଇଛି ।
ମହିଳାମାନଙ୍କର ସଶକ୍ତିକରଣ ଓ ଗାରିମା ରକ୍ଷାକୁ ସରକାରର ପ୍ରମୁଖ ପ୍ରାଥମିକତା ଦେଇଛନ୍ତି । ସେଥିପାଇଁ ଉଭୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଏବଂ ମିଶନ ଶକ୍ତି ବିଭାଗ ପାଇଁ ୧୭ ହଜାର ୯ ସହ ୪୨ କୋଟି ତାଙ୍କ ବ୍ୟୟବରାଦ କରାଯାଇଛି । ସୁଭଦ୍ରା ଯୋଜନା ପାଇଁ ବଜେଟରେ ବ୍ୟବସ୍ଥା କରାଯାଇଛି । ଏହି ଯୋଜନା ପାଇଁ ୧୦ ହଜାର କୋଟିର ବ୍ୟୟବରାଦ କରାଯାଇଛି । ୨୦୨୭ ସୁଦ୍ଧା ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବାକୁ ଲକ୍ଷ ରଖାଯାଇଛି । ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ୧ ହଜାର ୧ ଶହ ୬୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
୫ ଶହ ୨୧ କୋଟି ବ୍ୟୟବରାଦରେ ପ୍ରସୂତି ଓ ନବଜାତ ଶିଶୁର ଯତ୍ନ ପାଇଁ ନଗଦ ଅର୍ଥ ପ୍ରଦାନ କରାଯିବ । ସେଥିପାଇଁ ପ୍ରଧାନ ମନ୍ତ୍ରୀ ଯୋଜନାକୁ ମମତା ଯୋଜନାରେ ସଂଯୋଜନା କରାଯିବ । ସେହିପରି ପୋଷଣ ଅଭିଯାନ ପାଇଁ ୨୯୫ କୋଟି ରଖାଯାଇଛି । ଅନାଥ ଶିଶୁଙ୍କ ପାଇଁ ନୂଆ ଯୋଜନା ‘ଯଶୋଦା’ ଆରମ୍ଭ କରାଯିବ । ଅନାଥ ଶିଶୁଙ୍କୁ ଆର୍ଥିକ ସହାୟତା ଯୋଗାଇବାକୁ ‘ଯଶୋଦା’ ଯୋଜନା ଆରମ୍ଭ କରାଯିବ। ଯଶୋଦା ଯୋଜନା ପାଇଁ ବଜେଟରେ ୮୩ କୋଟିର ପ୍ରାବଧାନ କରାଯାଇଛି ।