ପ୍ଲାଷ୍ଟିକ ବୋତଲରେ ଷ୍ଟ୍ରବେରି ,ପାଇପରେ ପାଳଙ୍ଗ; ୬୦ ବର୍ଷର ଏହି ମହିଳାଙ୍କ ଠାରୁ ଶିଖିବାକୁ ମିଳେ କୃଷି କୌଶଳ
Khabar Odisha:Strawberries-in-plastic-bottles-spinach-in-tubes-Agricultural-techniques-can-be-learned-from-this-60-year-old-woman

କେରଳର ମୂଳବାସିନ୍ଦା ଲିଜି ଜନ ୧୯୯୮ ମସିହାରୁ ବାଙ୍ଗାଲୋରର ସ୍ଥାୟୀ ବାସିନ୍ଦା ହୋଇଯାଇଛନ୍ତି । ତାଙ୍କର ବୟସ ୬୦ ଓ ସେ ବିଗତ ୯ବର୍ଷ ଧରି ଛାତ ଉପରେ ଜୈବିକ ପନିପରିବା ,ମସଲା ଓ ଫଳ ଚାଷ କରି ପଡୋଶୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ଲିଜା ପିଭିସି ପାଇପରେ କରିଛନ୍ତି ଛାତ ଉପରେ ବଗିଚା । ନିଜ ଟେରାସରେ ଲଗାଇଛନ୍ତି ଲଙ୍କା ,ଟମାଟୋ ,ପାଳଙ୍ଗ ,ସାଙ୍ଗକୁ ହଳଦୀ ଗୋଲମରିଚ । ପ୍ଲାଷ୍ଟିକ ବୋତଲକୁ ବର୍ଜ୍ୟ ଭାବେ ଫିଙ୍ଗି ନ ଦେଇ ସେଥିରେ କରୁଛନ୍ତି ଚାରା ଅମଳ । ବିନା ମାଟିରେ ଚାଷ ବା ହାଇଡ୍ରୋପୋନିକ ପ୍ରଣାଳୀରେ ଚାଷ କରି ସେ ଅନେକ ପ୍ରକାର ଚେରି ଟମାଟୋ ,ଧନିଆ ଓ ନାନା ପ୍ରକାର ଶାଗ ଅମଳ କରୁଛନ୍ତି ।

ଲିଜିଙ୍କ ଛାତ ମୋଟ ୧୨୦୦ ବର୍ଗଫୁଟ ଅଞ୍ଚଳରେ ପରିବ୍ୟାପ୍ତ ହୋଇଥିବା ବେଳେ ସେ ୧୦୦୦ ବର୍ଗ ଫୁଟ ଅଞ୍ଚଳରେ କରୁଛନ୍ତି ଚାଷ । ପାଣି ଟାଙ୍କି ଓ ସୋଲାର ପ୍ୟାନେଲ ପାଇଁ ୨୦୦ ବର୍ଗଫୁଟ ଜାଗା ଛାଡି ଦିଆଯାଇଛି ।

ଲିଜି ଙ୍କ ପିତା ଜଣେ ସ୍କୁଲ ଶିକ୍ଷକ ଥିଲେ । ବଗିଚା କାମରେ ତାଙ୍କର ଥିଲା ଭାରି ଆଗ୍ରହ । ନିଜର ଘର ବାଡ଼ିରେ ସେ ଗଛ ଗୁଡିକୁ ଯତ୍ନର ସହିତ ବଢ଼ାଉଥିଲେ । ଲିଜା ଏସବୁକୁ ନିରୀକ୍ଷଣ କରି ଜାଣିଥିଲେ ବଗିଚା ବିକାଶର କୌଶଳ । ବାହା ହୋଇ ସହରକୁ ଆସିବା ପରେ ଜମି ସିନା ରହିଲାନି ହେଲେ ପାଖରେ ଥିବା କୌଶଳକୁ ବିକଶିତ କରାଇ ଛାତରେ ଆରମ୍ଭ କଲେ ଚାଷ । ଏହା ତାଙ୍କର ଦୈନିକ ଆବଶ୍ୟକତା ପୁର୍ଣ କରିବା ସହିତ ଅତିରିକ୍ତ ରୋଜଗାର ଦେବାରେ ସହାୟକ ହୋଇଥିଲା । କେଉଁ ଗଛ କଣ ଦରକାର କରେ ଓ କିଭଳି ବଢେ ତାହା ବେଶ ଭଲଭାବେ ଜାଣିଛନ୍ତି ଲିଜି । ଲୋକେ କହନ୍ତି ତାଙ୍କ ହାତରେ ରହିଛି ଯାଦୁ । ସେ ଯାହା ଲଗାଇଦେଲେ ବି ହୋଇପାରୁଛି ଅମଳ ।

Subscribe

National International State Sports Entertainment