ଖେଲୋ ଇଣ୍ଡିଆ ମହିଳା ହକି ଲିଗ୍‌ରେ ହାଟ୍ରିକ୍ ବିଜୟ ସହ ସେମିଫାଇନାଲରେ ଓଡ଼ିଶା କ୍ରୀଡ଼ା ଛାତ୍ରାବାସ
Khabar Odisha:Sports-Hostel-Odisha-Hockey-team-defeated-Har-Hockey-Academy-by-3-1-to-enter-into-the-semifinals-of-the-Khelo-India-Womens-Hockey-League
ଭୁବନେଶ୍ୱର, ଏପ୍ରିଲ ୧୦(ଖବର ଓଡିଶା)

ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଚାଲିଥିବା ଖେଲୋ ଇଣ୍ଡିଆ ମହିଳା ହକି ଲିଗ୍‌ (୨୧ ବର୍ଷରୁ କମ୍‌) ଚୂଡ଼ାନ୍ତ ପର୍ଯ୍ୟାୟରେ ଓଡ଼ିଶା କ୍ରୀଡ଼ା ଛାତ୍ରାବାସ ଦଳ ହାଟ୍ରିକ୍ ବିଜୟ ସହ ସେମିଫାଇନାଲ୍‌ ସ୍ଥାନ ନିଶ୍ଚିତ କରିଛି ଓ ଏହି ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌ରେ ଖାଲ୍‌ସା ହକି ଏକାଡେମୀ ଅମୃତସର ଓ ଦ୍ବିତୀୟରେ ଏଚ୍‌ଆଇଏମ୍‌ ହକି ଏକାଡେମୀକୁ ହରାଇବା ପରେ ରବିବାର ଓଡ଼ିଶା ଦଳ ୩-୧ ଗୋଲ୍‌ରେ ହାର୍‌ ହକି ଏକାଡେମୀକୁ ମାତ୍‌ ଦେଇଥିଲା। ତେବେ ମ୍ୟାଚ୍‌ର ୧୫ତମ ମିନିଟ୍‌ରେ ଭାରତୀୟଙ୍କ ଆତ୍ମଘାତୀ ଗୋଲ୍‌ରେ ହାର୍‌ ଦଳ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା, କିନ୍ତୁ ଏହାପରେ ଓଡ଼ିଶା ପ୍ରତ୍ୟାବର୍ତ୍ତନ କରି ତୃତୀୟ କ୍ବାର୍ଟରରେ ଦୁଇଟି ଗୋଲ୍‌ ଲଦି ଆଗୁଆ ହୋଇଯାଇଥିଲା ଏବଂ ଏହି ଦୁଇ ଗୋଲ୍‌ ସୁନେଲିତା ଟପ୍ପୋ (୩୨ ମିନିଟ୍‌) ଓ ଦୀପ୍ତି ମୋନିକା ଟପ୍ପୋ (୩୯ ମିନିଟ୍‌) ଦେଇଥିଲେ। ତେବେ ୫୬ତମ ମିନିଟ୍‌ରେ ଅଲିଭା ଜାଟେଙ୍କ ଗୋଲ୍‌ରେ ଓଡ଼ିଶା କ୍ରୀଡ଼ା ଛାତ୍ରାବାସ ବିଜୟ ବ୍ୟାବଧାନକୁ ୩-୧ କରିଥିଲା ଏବଂ ଏଥିସହିତ ରବିବାର ଖେଳାଯାଇଥିବା ଅନ୍ୟ ୩ ମ୍ୟାଚ୍‌ରେ ପ୍ରୀତମ ସିୱାଚ ସ୍ପୋର୍ଟସ ଫାଉଣ୍ଡେସନ ୧୨-୦‌ ଗୋଲ୍‌ରେ ଭାଈ ଭେଲୋ ହକି ଏକାଡେମୀକୁ, ସାଇ ଶକ୍ତି ୬-୦ ଗୋଲ୍‌ରେ ସାଲୁଟ ହକି ଏକାଡେମୀକୁ ଏବଂ ଖାଲ୍‌ସା ହକି ଏକାଡେମୀ ୬-୪ ଗୋଲ୍‌ରେ ଏଚ୍‌ଆଇଏମ୍‌ ଏକାଡେମୀକୁ ପରାସ୍ତ କରିଥିଲା।

Subscribe

National International State Sports Entertainment