ଯାଜପୁର ଧର୍ମଶାଳା ଅନ୍ତର୍ଗତ କଣ୍ଟିଗାଡିଆ ଅଞ୍ଚଳରେ ନାବାଳିକା ଦୁଷ୍କର୍ମ ଘଟଣା, କଣ ପାଇଁ ଚୁପ ବସି ରହିଛନ୍ତି ମହିଳା ସାଂସଦ- ଲେଖାଶ୍ରୀ
Khabar Odisha:BJP-leader-Lekhashree-press-conference-Against-Jajpur-minor-girl-kidnapping-or-rape
ଭୁବନେଶ୍ୱର, ଜାନୁଆରୀ ୨୩ (ଖବର ଓଡ଼ିଶା):

ଯାଜପୁର ଧର୍ମଶାଳା ଅନ୍ତର୍ଗତ କଣ୍ଟିଗାଡିଆ ଅଞ୍ଚଳରେ ନାବାଳିକା ଦୁଷ୍କର୍ମ ଘଟଣା, ସାମ୍ୱାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେପି ସମ୍ପାଦିକା ଲେଖାଶ୍ରୀ  । 

ସାମ୍ବାଦିକ ସମ୍ମିଳନୀରେ ଲେଖାଶ୍ରୀଙ୍କ ଅଭିଯୋଗ, ଯାଜପୁର ଧର୍ମଶାଳା ଅନ୍ତର୍ଗତ କଣ୍ଟିଗାଡିଆ ଅଞ୍ଚଳରେ ନାବାଳିକା ଦୁଷ୍କର୍ମ ଘଟଣା ଘଟିଛି, ଏହି ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ, ଗରିବ ପରିବାରର ଜଣେ ନାବାଳିକାକୁ ବଳାତ୍କାର ଘଟଣା ହୋଇଛି, ବାରମ୍ୱାର ଯାଜପୁର ଜିଲ୍ଲାରେ ଏଭଳି ଘଟଣା ଘଟୁଛି, ଘଟଣା ରେ ଅଭିଯୁକ୍ତମାନେ ବନ୍ଧୁକ ମୁନରେ ଅପହରଣ ଓ ଦୁଷ୍କର୍ମ କରିଛନ୍ତି ।

ବିଜେପିର ଟିମ ଘଟଣା ସ୍ଥଳକୁ ଯାଇଛି, ତଥ୍ୟ ସଂଗ୍ରହ କରିଛି । ଯାଜପୁର ଜିଲ୍ଲାରେ ସ୍ମିତରାଣୀ ଘଟଣା ପରେ ଏହା ଆଉ ଏକ ଦୁର୍ଭାଗ୍ୟଜନକ ଘଟଣା, ଏହା ପ୍ରମାଣିତ କରିଛି ପୋଲିସ ସାହସରେ ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଭିଆଇଛନ୍ତି । ପୋଲିସ ଏପର୍ଯ୍ୟନ୍ତ 4 ଜଣଙ୍କୁ ଗିରଫ କରିଛି, କଣ ପାଇଁ ପୋଲିସ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରୁନାହିଁ, ଏହା ପ୍ରମାଣିତ କରୁଛି ଅପରାଧୀ ଆଉ ପୋଲିସ କୁ ଭୟ କରୁନାହାନ୍ତି, ଯାଜପୁର ର ମହିଳା MP କାହିଁକି ଚୁପ ବସିଛନ୍ତି ? ୟା ପଛରେ ଏକ ରାକେଟ କାମ କରୁଛି କି ? ସ୍ମିତରାଣୀ ଘଟଣାର ରଙ୍ଗ ମହଲ ଭଳି ଏଠି ବେଆଇନ କୋଠାରେ ଏଭଳି ଘଟଣା ହୋଇଛି। ତୁରନ୍ତ ଯାଜପୁର ଜିଲ୍ଲା ଏସପିଙ୍କୁ ବରଖାସ୍ତ କରନ୍ତୁ ସରକାର। ଏହି ଘଟଣାର ଇଚ୍ଚସ୍ତରୀୟ ତଦନ୍ତ ହେବା ଜରୁରୀ ।

Subscribe

National International State Sports Entertainment