ଆଜି ପବିତ୍ର ତ୍ରିବେଣୀ ଅମାବାସ୍ୟା | ଏହି ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ସ୍ୱନକ୍ଷତ୍ର ବା ଜନ୍ମୋତ୍ସବ ପାଳନ ହେଉଛି । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ପୀଠ । ପରମ୍ପରା ଅନୁଯାୟୀ ପାଳନ ହେଉଛି ମାଆଙ୍କ ଜନ୍ମୋତ୍ସବ । ବ୍ରାହ୍ମ ମୁହୂର୍ତ୍ତରେ ମାଆଙ୍କ ନିତ୍ୟସ୍ନାନ ଓ ବେଶ କାର୍ଯ୍ୟ ସମ୍ପନ୍ନ ହୋଇଛି । ଏହାପରେ ସ୍ୱନକ୍ଷତ୍ର ବିହିତ ମହାସ୍ନାନ କରାଯିବ । ସ୍ନାନ ପରେ ମାଆ ସାବିତ୍ରୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ପରେ ସିଂହାସନ ଉପରେ ଷୋଡ଼ଷ ଉପଚାର ପୂଜାବିଧି କରାଯିବ । ଆଜି ସାବିତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ । ତେବେ କୋଭିଡ ପାଇଁ 2 ବର୍ଷ ମାଆଙ୍କ ଦର୍ଶନରୁ ବଞ୍ଚିତ ଥିଲେ ଭକ୍ତ । କିନ୍ତୁ ଏବେ କଟକଣା ହଟିଥିବାରୁ ମାଆଙ୍କ ଦର୍ଶନ ପାଇଁ ଛୁଟିଛି ଭକ୍ତଙ୍କ ଭିଡ଼ । ଶୃଖଳିତ ଦର୍ଶନ କରିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।