ଆଜି ପଙ୍କୋଦ୍ଧାର ଏକାଦଶୀ, ବାବା ଲୋକନାଥଙ୍କ ଶ୍ରୀଅଙ୍ଗରୁ ହେବ ପାଦୁକା ଉଦ୍ଧାର
Khabar Odisha:Pankodhar-Ekadasi-of-Lord-Lokanath-in-Puri-Today
ଖବର ଓଡିଶା : 16/02/2023

ଆଜି ପୁରୀର ପ୍ରସିଦ୍ଧ ପ୍ରଭୁ ଶ୍ରୀ ଲୋକନାଥ ଦେବଙ୍କ ମନ୍ଦିରରେ ପଙ୍କୋଦ୍ଧାର ଏକାଦଶୀ ନୀତି ଅନୁଷ୍ଠିତ ହୋଇଯାଇଛି । ବର୍ଷର ଏହି ଗୋଟିଏ ଦିନ ପ୍ରଭୁ ଶ୍ରୀଲୋକନାଥଙ୍କ ଗମ୍ଭୀରା ଭିତରକୁ ଯାଇ ଭକ୍ତ ଓ ଶ୍ରଦ୍ଧାଳୁ ଦର୍ଶନ କରିଛନ୍ତି । ଖବର ଅନୁଯାୟୀ, ବିଶ୍ୱନିୟନ୍ତା ପ୍ରଭୁ ଶ୍ରୀ ଲୋକନାଥ ଦେବଙ୍କ ବିଳମ୍ୱିତ ରାତିରୁ ଦ୍ୱାରଫିଟା ନୀତି ପରେ ବିଭିନ୍ନ ନୀତି କାନ୍ତି ବଢ଼ି ୮ଟାରୁ ପଙ୍କୋଦ୍ଧାର ଓ ମାଘ ସ୍ନାନ କରାଯାଇ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି । ଖବର ଅନୁସାରେ ପଙ୍କୋଦ୍ଧାର ଏକାଦଶୀ ଅବସରରେ ମନ୍ଦିର ପରିଚାଳନା ଟ୍ରଷ୍ଟ ବୋର୍ଡ ପକ୍ଷରୁ ଚୁଡ଼ାନ୍ତ ନୀତି ନିର୍ଘଣ୍ଟ ଅନୁସାରେ ରାତ୍ର ୧୨ଟାରୁ ଦ୍ୱାର ଫିଟା ପରେ ବିଭିନ୍ନ ନୀତିକାନ୍ତି ବଢ଼ି ଭୋର ୫ଟାରୁ ସକାଳ ୭ଟା ମଧ୍ୟରେ ପଙ୍କୋଦ୍ଧାର ଶେଷ ପରେ ମାଘ ସ୍ନାନ ହୋଇ ଟିକେଟ ଦର୍ଶନ ଓ ସର୍ବସାଧାରଣ ଦର୍ଶନ ଚାଲିଛି । ମନ୍ଦିର ଗମ୍ଭୀରାରେ ବର୍ଷ ତମାମ ଭକ୍ତମାନଙ୍କ ଦ୍ୱାରା ଅର୍ପଣ କରାଯାଇଥିବା ବେଲପତ୍ର, ପୁଷ୍ପ, ଫଳ, ସୁନା, ରୂପା ଓ ନୈବେଦ୍ୟକୁ କଢା ଯିବ। ପ୍ରାୟ ଏକବର୍ଷ ପରେ ଆଜି ପ୍ରଭୁ ଶ୍ରୀ ଲୋକନାଥଦେବଙ୍କ ସମ୍ପୁର୍ଣ୍ଣ ଲିଙ୍ଗ ଦର୍ଶନ କରିବାର ସୌଭାଗ୍ୟ ମିଳିବ ଭକ୍ତଙ୍କୁ । ଏହି ଦିନ ଶ୍ରଦ୍ଧାଳୁମାନେ ଶ୍ରୀଲୋକନାଥଙ୍କ ଦର୍ଶନ କଲେ ଲକ୍ଷେ ଶିବଲିଙ୍ଗ ଦର୍ଶନ କରିବାର ପୂଣ୍ୟ ଅର୍ଜନ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏହି ଅବସରରେ ପାର୍ବତୀ ସାଗର କୂଳରେ ଜଳିବ ଜଗତ ମଙ୍ଗଳ ଜାଗର ଦୀପ । ପ୍ରସିଦ୍ଧ ଶୈବପୀଠ ବାବା ଲୋକନାଙ୍କ ମନ୍ଦିରରେ ଏଭଳି ପରମ୍ପରା ସାରା ଦେଶରେ ନିଆରା । 

Subscribe

National International State Sports Entertainment