କେନ୍ଦୁଝର ସହର କାଶୀପୁର ମୁଣ୍ଡାସାହିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କଥା କଟାକଟିକୁ ନେଇ ଯୁବକଙ୍କ ତଣ୍ଟିଚିପି ହତ୍ୟା କରାଯାଇଛି । ସୂଚନା ଅନୁସାରେ କେନ୍ଦୁଝର କାଶୀପୁର ମୁଣ୍ଡାସାହିର କିଛି ଲୋକ ଗତକାଲି ରାତିରେ ମଦ୍ୟପାନ କରି ନିଜ ନିଜ ଭିତରେ ପାଟିତୁଣ୍ଡ କରିଥିଲେ । ଏବଂ ଏଥିରେ ଉତ୍ୟକ୍ତ ହୋଇ ଜଣଙ୍କୁ ସଂଘବଦ୍ଧ ଭାବେ ତଣ୍ଟିଚିପି ମାରିଦେଇଥିବା ଅଭିଯୋଗ ହୋଇଛି । ମୃତକ ଜଣଙ୍କ କାଶୀପୁର ମୁଣ୍ଡାସାହିର ଅକ୍ଷୟ ନାଏକ ବୋଲି ଜଣାପଡିଛି । ତେବେ ନିଶାସକ୍ତ ଅବସ୍ଥାରେ ଯୁବକମାନେ ଏପରି କାଣ୍ଡ କରିଥିବା ବେଳେ ମାରିବା ପରେ ମଦ୍ୟପମାନେ ସାହି ରାସ୍ତାରେ ଫୋପାଡିଦେଇ ଚାଲିଯାଇଥିଲେ । ତେବେ ଏସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ୨ ଜଣଙ୍କୁ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି ।