ପାଗରେ ପରିବର୍ତ୍ତନ, ଆସନ୍ତା ୩ ତାରିଖରୁ ପୁଣି ଜାଡରେ ଥରିବ ଓଡିଶା ଭୁବନେଶ୍ୱର, ଜାନୁଆରୀ ୦୧(ଖବର ଓଡିଶା): Share story: ରାଜ୍ୟରେ ପାଗରେ ପରିବର୍ତ୍ତନ ହୋଇଛି । ଆସନ୍ତା ୩ ତାରିଖରୁ ରାଜ୍ୟରେ ପୁଣି ବଢିବ ଥଣ୍ଡା । ୩ ଓ ୪ ତାରିଖ ପାଇଁ ୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଝାରସୁଗୁଡା, ବରଗଡ, ସୋନପୁର, ସମ୍ବଲପୁର ଓ ବଲାଙ୍ଗିର ଆଦି ୫ ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୩ ତାରିଖରୁ ଖସିବ ସର୍ବନିମ୍ନ ତାପମାତ୍ରା । ଏହାର ପ୍ରଭାବରେ ବଢିବ ଶୀତ । ୩ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରୀ ଖସିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ପୁଣି ଶୀତର ଲହରୀ ଫେରିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି । ଏହାସହିତ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ତାପମାତ୍ରା କମିବାର ସମ୍ଭାବନା ରହିଛି । ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ଯାଏ ଖସିପାରେ । ଏବେ ରାଜ୍ୟରେ ପାଗ ଶୁଖିଲା ରହିଛି । ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକ ତାପମାତ୍ରା ଠାରୁ ୧ରୁ ୨ ଡିଗ୍ରୀ ସେଲସିୟସ କମ ରହିଛି । ଦକ୍ଷିଣ ଉତ୍ତର ଆଭ୍ୟନ୍ତରୀଣ ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡିର ସମ୍ଭାବନା ରହିଥିବା ଆଞ୍ଚଳିକା ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଖବର ଓଡ଼ିଶା, Reporter, 01/01/2022