ସୁନ୍ଦରଗଡ଼: ବ୍ରିଜ ତଳକୁ ଖସିଲା ୧୬ ଚକିଆ ଟ୍ରକ। ସୁନ୍ଦରଗଡ଼ ବୀରମିତ୍ରପୁର ଥାନା ଯମୁନାନାକି ବ୍ରିଜ ଉପରେ ଘଟିଛି ଦୁର୍ଘଟଣା। ବେଦବ୍ୟାସ ଶଙ୍ଖ ନଦୀ ବ୍ରିଜ୍ ତଳକୁ ଟ୍ରକ୍ ଟି ଖସି ପଡିଛି। ଘଟଣାସ୍ଥଳରେ ଜଣେ ମୃତ ଓ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି। ମୃତକ ଟ୍ରକର ଶ୍ରମିକ ଥିବା ଜଣାପଡିଛି। ଗୁରୁତର ଡ୍ରାଇଭର ଆର୍ଜିଏଚ୍ରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ରାଉରକେଲା ସହର ବୀରମିତ୍ରପୁର ଥାନା ଯମୁନା ନାକୀ ବ୍ରିଜ ଉପରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବିଳମ୍ବିତ ରାତିରେ ଏକ ଟ୍ରକ ବ୍ରିଜ୍ ଉପରେ ଯାଉଥିବାବେଳେ ଭାରସାମ୍ୟ ହରାଇ ତଳକୁ ଖସି ପଡିଥିଲା। ନିୟନ୍ତ୍ରଣ ହରାଇ ଟ୍ରକଟି ପ୍ରଥମେ ଡିଭାଇଡର୍ରେ ଧକ୍କା ଦେବା ପରେ ଓଲଟି ପଡ଼ିବାରୁ ପୋଲ ତଳକୁ ଖସି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ହେଲପରଙ୍କର ମୃତ୍ୟୁ ଘଟିଥିବାବେଳେ ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ଆଇଜିଏଚ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ ଓ ଅଗ୍ନିଶମବାହିନୀ ପହଞ୍ଚି ଉଦ୍ଧାର କରିଥିଲେ। ପୁଲିସ୍ ଘଟଣାରେ ତଦନ୍ତ ଜାରି ରଖିଛି।
ଅଧିକ ପଢନ୍ତୁ: ପାଣିପାଗ: ଉତ୍ତର ଭାରତର ୭ଟି ରାଜ୍ୟକୁ ବର୍ଷା ନେଇ ଚେତାବନୀ, ତୁଷାରପାତ ସମ୍ଭାବନା