ହିନ୍ଦୋଳ: ଭାରସାମ୍ୟ ହରାଇ ଖୁଣ୍ଟରେ ପିଟିହୋଇ ପୋଖରୀ ପାର୍ଶ୍ବରେ ଝୁଲି ରହିଲା କାର୍। ଅଳ୍ପକେ ବର୍ତ୍ତିଲେ ପରିବାରର ୪ ସଦସ୍ୟ। ସମସ୍ତ ସଦସ୍ୟଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ। ଢେଙ୍କାନାଳ ହିନ୍ଦୋଳ ବ୍ଲକ ତେଲିଭୂଇଁ କଳିଙ୍ଗା ରାସ୍ତା ସନ୍ତୋଷୀମାଁ ମନ୍ଦିର ନିକଟରେ ଘଟିଛି ଏହି ଭୟଙ୍କର ସଡକ ଦୁର୍ଘଟଣା। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିକୁ ଥାନାରେ ଅଟକ ରଖିଛି।
ସୂଚନା ଅନୁସାରେ, ରବିବାର ବିଳମ୍ବିତ ରାତିରେ ତେଲିଭୂଇଁ କଳିଙ୍ଗା ରାସ୍ତାରେ କାରଟି ଭାରସାମ୍ୟ ହରାଇ ଏକ ଖୁଣ୍ଟିରେ ପିଟି ହୋଇଯାଇଥିଲା। ଫଳରେ କାରଟି ନିକଟରେ ଥିବା ଏକ ପୋଖରୀ ପାର୍ଶ୍ବରେ ଝୁଲି ରହିଥିଲା। ଏହାସହିତ କାର ଭିତରେ ଡ୍ରାଇଭରଙ୍କ ସମେତ ଜଣେ ମହିଳା ଏବଂ ଦୁଇଜଣ ଶିଶୁ ରହିଥିଲେ। ଦୁର୍ଘଟଣା ଦେଖି ତୁରନ୍ତ ସ୍ଥାନୀୟ ଲୋକେ କାର ଭିତରେ ବସିଥିବା ସମସ୍ତଙ୍କୁ ଉଦ୍ଧାର କରିଥିଲେ। ଏହାପରେ ପୋଲିସକୁ ଖବର ଦେଇଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛି।
ଅଧିକ ପଢନ୍ତୁ : କେନ୍ଦୁଝରରେ ସଶସ୍ତ୍ର ଡକାୟତି, ବନ୍ଧୁକ ମୁନରେ ୧୧ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନାଗହଣା ଲୁଟ୍