ଆଗକୁ ହେବାକୁ ଯାଉଛି ସାଧାରଣ ନିର୍ବାଚନ । ନିର୍ବାଚନ ପାଇଁ ରାଜନୈତିକ ଦଳ ଗୁଡିକରେ ଆରମ୍ଭ ହେଲାଣି ଅଙ୍କ କଷାକଷି । ୨୦୨୪ ନିର୍ବାଚନ ପାଇଁ ସରଗରମ ହେଉଛି ରାଜନୈତିକ ପାଣିପାଗ । ନିର୍ବାଚନୀ ଲଢ଼େଇପାଇଁ ପ୍ରସ୍ତୁତି କରୁଛନ୍ତି ସମସ୍ତ ଦଳ । ତବେ ବିଜେପି ଦଳ ତାର ନିର୍ବାଚନୀ ପାଗ ବାନ୍ଧିବା ଆରମ୍ଭ କଲାଣି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଜନୈତିକ ମନ୍ତ୍ର ବଳରେ ଓଡ଼ିଶାରେ ସରକାର ଗଠନ ଓ ଅଧିକ ଲୋକସଭା ଆସନ ପାଇବାର ଆଶା ରଖିଛି ପଦ୍ମ ବାହିନୀ । ରାଜ୍ୟ କାର୍ଯ୍ୟକାରିଣୀ ରେ ବରିଷ୍ଠ ନେତାଙ୍କୁ ଦିଅ ଯାଇଛି ଗୁରୁ ମନ୍ତ୍ର । ରାଜ୍ୟର ସମସ୍ତ ବୁଥ୍ କୁ ୩ମାସ ଭିତରେ ସକ୍ରିୟ କରିବାକୁ ଲକ୍ଷ ରଖିଛି ମୋଦି ବାହିନୀ । ତବେ ଆଜି ଭୁବନେଶ୍ୱର ର ଚନ୍ଦ୍ରଶେଖରପୁର ଠାରେ ବୁଥ୍ ସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏଥିରେ ବିଜେପି ର ବରିଷ୍ଠ ନେତାଙ୍କ ସହିତ ଯୋଗ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆୟୋଜିତ କାର୍ଯ୍ୟକ୍ରମରେ ବୁଥ୍ କାର୍ଯ୍ୟକର୍ତାଙ୍କ ସହିତ ଆଲୋଚନା କରିବା ସହ ଏକ ଭିନ୍ନ ରୂପ ଦେଖିବାକୁ ମିଳିଥିଲା କେନ୍ଦ୍ରମନ୍ତ୍ରୀଙ୍କ । ଚନ୍ଦ୍ରଶେଖରପୁର ସମ୍ପୃକ୍ତ ହାଉସିଂ ବୋର୍ଡ଼ ଅଞ୍ଚଳ ବୁଲିବା ସହିତ ନିର୍ବାଚନୀ ପ୍ରଚାର ପାଇଁ ହାତରେ ତୁଳି ଧରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ଏବଂ କାନ୍ଥରେ ଦଳୀୟ ସ୍ଲୋଗାନ ଲେଖିବା ସହିତ ଦଳୀୟ ଚିହ୍ନ ଅଙ୍କିବାର ଓ ଷ୍ଟିକର ଲଗାଇବାର ଦେଖିବାକୁ ମିଳିଛି ।
ଅଧିକ ପଢନ୍ତୁ : ପଞ୍ଜାବ କେଶରୀ ଲାଲା ଲଜପତ ରାୟଙ୍କ ଜୟନ୍ତୀ