ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାର ଆଜି ହେଉଛି ଆଦ୍ୟ ପର୍ବ । ଦେବଦମ୍ପତିଙ୍କ ବିବାହ ପାଇଁ ଆଜି ଥାଳ ଉଠା ସହ କନ୍ୟା ମାତା ପିତା ଚୟନ କରାଯିବ । ଆଜି ଅପରାହ୍ନରେ ପାରମ୍ପରିକ ରୀତିନୀତି ଅନୁସାରେ ବିଭିନ୍ନ ଶିବାଳୟରୁ ପୂଜାର୍ଚ୍ଚନା କରିବା ପରେ ମନ୍ଦିରରୁ ଥାଳ ଉଠିବ । ଏହାସହ ଶୀତଳଷଷ୍ଠୀ ଯାତ୍ରା ପାଇଁ ଦାନ ଅନୁଦାନ ସଂଗ୍ରହ କରାଯିବ । ଏବଂ ଚୟନ ହୋଇଥିବା କନ୍ୟା ପିତା ମାତା ମଧ୍ୟ ଦେବୀ ପାର୍ବତୀଙ୍କ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ । ଏବଂ ପ୍ରତିବର୍ଷ ଅକ୍ଷୟ ତୃତୀୟା ରେ ଏହି ଥାଳ ଉଠା କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ ।
ତେବେ ଦେବ ଦେବ ମହାଦେବ ଶିବ ଓ ମାତା ପାର୍ବତୀଙ୍କ ଏହି ଦେବ ବିବାହ ଉତ୍ସବ ସାଧାରଣ ମନୁଷ୍ୟ ଙ୍କ ବିବାହ ଉତ୍ସବ ଭଳି ଆୟୋଜିତ ହେଉଥିବା ବେଳେ ଏହାକୁ ନେଇ ପଶ୍ଚିମ ଓଡ଼ିଶାରେ ପ୍ରବଳ ଉତ୍ସାହ ଜନତା ଙ୍କ ମଧ୍ୟରେ ପରିଲକ୍ଷିତ ହୋଇଥାଏ ଏବଂ ଏହି ଲୌକିକ ଦେବ ଦମ୍ପତ୍ତି ଙ୍କ ବିବାହ ଉତ୍ସବ ଦେଖିବା ଓ ଆର୍ଶିବାଦ ଲାଭ ନିମନ୍ତେ ସମ୍ବଲପୁରରେ ଲକ୍ଷ ଲକ୍ଷ ଭକ୍ତ ଙ୍କ ଜନସମାଗମ ସମ୍ବଲପୁର ଠାରେ ହୋଇଥାଏ।