ଚତୁରତାର ସହ ଲୁଟ କଲେ ଦୁର୍ବୁତ୍ତ । ଜିନିଷ କିଣିବା ବାହାନାରେ ସେଲ୍ସମ୍ୟାନଙ୍କୁ ବ୍ୟସ୍ତ ରଖି ଲୁଟିନେଲେ ଟଙ୍କା । ରାଜଧାନୀରେ ଥମୁନି ଲୁଟପାଟ । ଭିନ୍ନ ଭିନ୍ନ ଉପାୟରେ ଲୁଟୁଛନ୍ତି ଲୁଟେରା । ଚତୁରତାର ସହ ଡ୍ର ଖୋଲି ନେଇଗଲେ ଟଙ୍କା । ଭିଆଇଙ୍କ ଭଳି କାରରେ ଆସିଥିଲେ ଦୋକାନ ଭିତରେ ପଶି ଦୋକାନୀଙ୍କୁ ଅନ୍ୟମନସ୍କ କରି ଲୁଟିଲେ ଟଙ୍କା । ଏଭଳି ଘଟଣା ସାମ୍ନାକୁ ଆସିଛି ରାଜଧାନୀ ଭୁବନେଶ୍ୱରରୁ ।
ସୂଚନା ଅନୁଯାୟୀ,ସୋମବାର ମଧ୍ୟାହ୍ନ ସମୟରେ ଦୁଇ ଜଣ ବ୍ୟକ୍ତି ଏକ କାରରେ ଆସି ଦୋକାନ ଭିତରକୁ ଯାଇଥିଲେ। ଏହାପରେ ଜିନିଷ କିଣିବା ବାହାନା କରି ଦୋକାନର ସେଲ୍ସମ୍ୟାନକୁ ଅନ୍ୟମନସ୍କ କରିଦେଇଥିଲେ ଜଣେ ମହିଳା ଗ୍ରାହକ । ଏହାର ସୁଯୋଗ ନେଇ ଅନ୍ୟଜଣେ ପୁରୁଷ ଗ୍ରାହକ । ଅତି ଚତୁରତାର ସହ ଡ୍ର ଖୋଲି ୧୦ ହାଜର ଟଙ୍କା ଲୁଟି ନେଇଥିଲେ । ଏସବୁ ଘଟଣା ସିସିଟିଭିରେ କାର୍ଡ ହୋଇଥିଲା । ଏହି ଲୁଟ ନେଇ ଦୋକାନୀର ମ୍ୟାନେଜର ବଡ଼ଗଡ଼ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ପୋଲିସ ତଦନ୍ତ ଆରମ୍ଭ କରିଛି ।
ଅଧିକ ପଢନ୍ତୁ :କାର୍ ଭିତରୁ ମିଳିଲା ନଗଦ ୫ଲକ୍ଷ