କାଳବୈଶାଖୀ ବର୍ଷା ପାଇଁ ତାତିରୁ ମିଳିଛି ଆଶ୍ବସ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ଦିନ ତାପମାତ୍ରା କମିଛି । ଏବଂ ଆହୁରୀ ୪ ଦିନ ରାଜ୍ୟରେ ଏଭଳି ପାଗ ଲାଗିରହିବ । ଏହାହିତ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡିଶା , ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାର ଅନେକ ସ୍ଥାନ ଏବଂ ଉତ୍ତର ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ଦକ୍ଷିଣ ଝାଡଖଣ୍ଡରୁ ଉତ୍ତର ଓଡ଼ିଶା ଦେଇ ରାଜସ୍ଥାନ ଯାଏ ଏକ ଟ୍ରପଲାଇନ୍ ଲମ୍ବିଛି। ଆଉ ଏହାର ପ୍ରଭାବରେ ରାଜ୍ୟରେ କାଳବୈଶାଖୀ ଜାରି ରହିଛି । ତେଣୁ ଆଗାମୀ ୨୪ ଘଣ୍ଟାରେ ୫ଟି ଜିଲ୍ଲା ମୟୂରଭଂଜ , କେନ୍ଦୁଝର , ବାଲେଶ୍ୱର , ଭଦ୍ରକ , ଯାଜପୁରକୁ ୟେଲୋ ୱାର୍ଣ୍ଣଂ ଜାରି କରାଯାଇଛି । ଏବଂ ଆଜି ପାଇଁ ୨ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣଂ ଜାରି କରାଯାଇଛି । ଏହାସହିତ ଘଣ୍ଟାକୁ ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବା ସହ ବିଜୁଳି ଘଡଘଡି ପାଇଁ ୧୭ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣଂ ଜାରି ହୋଇଛି । ଏହାସହିତ ମତ୍ସ୍ୟଜୀବି ମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି । ତେବେ କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ଅନେକ ସ୍ଥାନରେ ତାପମାତ୍ରା କମିବା ସହ ଅନେକ ସହରର ତାପମାତ୍ରା ୪୦ ଡିଗ୍ରୀ ତଳେ ରହିଛି ।