ରାୟଗଡ଼ା: ଓଡ଼ିଶାରେ ଲଘୁଚାପ ଜନିତ ବର୍ଷା ଲୋକଙ୍କୁ କଲବଲ କରିସାରିଲାଣି । ପ୍ରବଳ ବର୍ଷା କାରଣରୁ ଜନଜୀବନ ଅସ୍ତବ୍ୟସ୍ତ । ରାୟଗଡ଼ା ଜିଲ୍ଲାରେ ରେଳ ଧାରଣା ଉପରେ ମାଟି ଅତଡ଼ା ଧସିଛି । ଫଳରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି ।
ଅଧିକ ପଢ଼ନ୍ତୁ- ଲଗାଣ ବର୍ଷାରେ ଖସିଲା ପଥର, ବାପା-ପୁଅ ନିଖୋଜ
ରାୟଗଡ଼ାର ମାଁ ମଝିଘରିଆଣି ମନ୍ଦିର ନିକଟରେ ପାହାଡ଼ ଧସିଛି । ଫଳରେ ରେଳ ଧାରଣା ଉପରେ ପଥର ଖଣ୍ଡ ପଡ଼ିବାକୁ ଟ୍ରାକକୁ କ୍ଷତି ପହଁଚଛି । ଟ୍ରାକର ଲୁହା ଖଣ୍ଡ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି । ଫଳରେ ବିଶାଖାପାଟଣା ରୁ ରାୟଗଡ଼ା ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଥି । ରେଳ ବିଭାଗ ପକ୍ଷରୁ ଟ୍ରାକ୍ ମରାମତି କାର୍ଯ୍ୟ ଆରମ୍ଭ କରାଯାଇଛି । ରାୟଗଡ଼ା ଡିଭିଜନର ଡିଆରଏମ ଅମିତାଭ୍ ସିଂଘଲଙ୍କ ସମେତ ବରିଷ୍ଠ ଅଧିକାରୀମାନେ ପହଞ୍ଚି ତଦାରଖ କରିଛନ୍ତି ।