ଭୁବନେଶ୍ୱର: ବୁଧବାର ରାଜ୍ୟ ଗୃହ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଅଗ୍ନିଯୋଦ୍ଧା ନିଯୁକ୍ତି ସମାରୋହ ଓଡିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ଅନୁଷ୍ଠିତ ହେଉଛି । ଏହି ସମାରୋହରେ ମହିଳାଙ୍କୁ ସମାନ ଅଧିକାର ଦେବା ପ୍ରସଙ୍ଗ ଉଠାଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଅଗ୍ନି ସେବା ବିଭାଗରେ ଝିଅମାନଙ୍କୁ କାହିଁକି ସୁଯୋଗ ମିଳୁ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।
ଶ୍ରୀମତୀ ପରିଡ଼ା ଅଗ୍ନିଯୋଦ୍ଧାଙ୍କୁ ସମ୍ବୋଧନ କରି କହିଛନ୍ତି, ଜୀବନ ପାଇଁ କରୁଣ ଚିତ୍କାର କରୁଥିବା ଲୋକମାନଙ୍କ ଭିତରେ ବି ଯିଏ ଦାୟିତ୍ୱ ତୁଲାଇବାବେଳେ ଗୋଟିଏ ଭୁଲ ବି କରନ୍ତି ନାହିଁ ତାଙ୍କୁ ଯୋଦ୍ଧା କୁହନ୍ତି । ପୁରା ହଲକୁ ଦେଖିଲା ପରେ ସେ ସୁଧାଂଶୁ ଷଡ଼ଙ୍ଗୀଙ୍କୁ ପଚାରିଥିଲେ, ଅଗ୍ନି ସେବା ବିଭାଗରେ ଲିଙ୍ଗଗତ ପାର୍ଥକ୍ୟ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । ସୈନ୍ୟ ବିଭାଗ, ନୌସେନା ଏବଂ ଆକାଶରେ ଉଡ଼ିବା ପାଇଁ ସବୁ ଜାଗାରେ ଝିଅମାନଙ୍କୁ ସୁଯୋଗ ମିଳିଲାନି ତାହା ହେଲେ ଅଗ୍ନିସେବାରେ ଏକଚାଟିଆ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । ତେବେ ଆଗାମୀ ଦିନରେ ଝିଅମାନଙ୍କୁ ଅଗ୍ନି ବିଭାଗରେ ମଧ୍ୟ ସମାନ ସୁଯୋଗ ମିଳିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।
ଏହି ନିଯୁକ୍ତି ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଅଗ୍ନି ସେବା ଡିଜି ସୁଧାଂଶୁ ଷଡ଼ଙ୍ଗୀ, ବିଧାୟକ ବାବୁ ସିଂ ପ୍ରମୁଖ ଉପସ୍ଥିତ ଅଛନ୍ତି ।