ଭୁବନେଶ୍ୱର: ଚଳିତ ବର୍ଷ ଧାନ କିଣାରେ ଚାଷୀଙ୍କ ସଂଖ୍ୟା କମିଥିବା ଦେଖିବାକୁ ମିଳିଛି । ଧାନରେ ବୋନସ୍ ୮୦୦ ଟଙ୍କା ଦେବା ପାଇଁ ସରକାରଙ୍କ ଘୋଷଣା ସତ୍ତ୍ୱେ ଚାଷୀଙ୍କ ପଞ୍ଜିକରଣ ହ୍ରାସ ପାଇଛି । ଏନେଇ ଆଜି ବିଧାନସଭାରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ରଖିଥିବା ଉତ୍ତରରୁ ସ୍ପଷ୍ଟ ହୋଇଛି । କେନ୍ଦ୍ରାପଡ଼ା ବିଜେଡ଼ି ବିଧାୟକ ଗଣେଶ୍ୱର ବେହେରା ପଚାରିଥିବା ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ କହିଛନ୍ତି, ଗତ ୨୦୨୩-୨୪ ଆର୍ଥିକ ବର୍ଷରେ ୧୭ ଲକ୍ଷ ୭୨ ହଜାର ୩୪୭ ଜଣ ଚାଷୀ ପଞ୍ଜିକୃତ କରିଥିଲେ । ଚଳିତ ବର୍ଷ ୧୭ ଲକ୍ଷ ୪୯ ହଜାର ୯୮୭ ଜଣ ଚାଷୀ ପଞ୍ଜିକୃତ କରିଛନ୍ତି । ପ୍ରାୟ ୨୩ ହଜାର ଚାଷୀଙ୍କ ପଞ୍ଜିକରଣ ହ୍ରାସ ପାଇଛି ।