ଜଗତସିଂହପୁର : ପାରାଦ୍ୱୀପ ବନ୍ଦର ରେ ଅଟକ ଥିବା ଏମଭି ଦେବୀ ଜାହାଜର କ୍ରୁ ମେମ୍ବର ମାନଙ୍କ ଆନ୍ଦୋଳନ । ଗତବର୍ଷ ନଭେମ୍ବର ୩୦ ତାରିଖରେ ୨୨୦ କୋଟି ଟଙ୍କାର କୋକେନ୍ ଜବତ୍ ହେବା ଘଟଣାରେ ଜାହାଜ ଅଟକ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ସମସ୍ୟାର ସମାଧାନ ହୋଇପାରି ନାହିଁ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହାକୁ ସ୍ଥଗିତ ରଖାଯାଇଛି । ତେବେ ବର୍ଷେ ହେଲା ଜାହାଜର କୌଣସି କ୍ରୁ ମେମ୍ବର ନାଁ ତାଙ୍କ ଦେଶକୁ ଯାଇ ପାରୁଛନ୍ତି ନାଁ ନିଜ ଘର ସହିତ ଯୋଗାଯୋଗ କରି ପାରୁଛନ୍ତି। ଦୁଇଦିନ ହେବ ଜାହାଜଟି ପାରାଦ୍ଵୀପ ବନ୍ଦର ଏମବିପି ବର୍ଥ ରେ ଲାଗିଥିଲା କିନ୍ତୁ ବର୍ଥ ଋ ଆଙ୍କରେଜ୍ କୁ ଫେରି ପାରୁନି ଜାହାଜ। ବର୍ଷେ ହେବ କାମ ଧନ୍ଦା ନଥିବାରୁ ବନ୍ଦୀ ଜୀବନ କାଟୁଛନ୍ତି କ୍ରୁ ମେମ୍ବର। ସୂଚନା ଅନୁଯାୟୀ ପାନୀୟ ଜଳ ଏବଂ ଇନ୍ଧନ ପାଇଁ କ୍ରୁ ମେମ୍ବରମାନେ କୂଳକୁ ଆସିଥିଲେ । କିନ୍ତୁ ସେମାନେ ଆଉ ନଫେରି ଆନ୍ଦୋଳନ କରିଥିଲେ ।
ତେବେ ଆଜି ସକାଳୁ ଜାହାଜର ୨୧ କ୍ରୁ ମେମ୍ବର ନିଜର ଥଇଥାନ ପାଇଁ ଆନ୍ଦୋଳନ ରେ ବସିଛନ୍ତି । ଏହି ଘଟଣାକୁ ନେଇ ଏବେ ସସ୍ପେନ୍ସ ବଢିଛି ଯେ ଏହି କ୍ରୁ ମେମ୍ବର ମାନେ ଘରକୁ ଫେରିବେ ନା ଏମିତି ରହିଯିବେ।