ବଲାଙ୍ଗୀର ଜିଲ୍ଲା ଦେଓଗାଁ ଦେଇ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥ (ବରଗଡ-ବୋରିଗୁମ୍ମା) ଏକ ଦୁର୍ଘଟଣା ଘଟିଯାଇଛି । କଲେଜ ଛକଠାରେ ହାଇୱା ଧକ୍କାରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି । ମୃତ ବୃଦ୍ଧ ଜଣଙ୍କ ଦେଓଗାଁ ଥାନା ଗାଇବାହାଲ ପଂଚାୟତ ସାଗରପାଲି ଗାଁର ବୋଲି ଜଣାପଡିଛି ।
ସୂଚନା ଅନୁସାରେ ସାଗରପାଲି ଗାଁର ଜଣେ ବୃଦ୍ଧ କୈାଣସି ଏକ କାମରେ ଦେଓଗାଁକୁ ଆସୁଥିଲେ । ଏହି ସମୟରେ କଲେଜ ଛକ ଠାରୁ ବିପରୀତ ଦିଗରେ ଦ୍ରୁତଗତିରେ ଆସୁଥିବା ହାଇୱା ତାଙ୍କୁ ଧକ୍କା ଦେଇଥିଲା । ପରେ ବୃଦ୍ଧ ଜଣଙ୍କ ଗାଡି ଚକା ତଳେ ପଡିଯାଇଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।
ତେବେ ଏନେଇ ସ୍ଥାନୀୟ ଲୋକେ ଖବର ପାଇବା ପରେ ଗାଡିକୁ ଅଟକାଇ ରଖିବା ସହିତ କ୍ଷତିପୂରଣ ଦାବି କରିଛନ୍ତି । ଏବଂ ଘଟଣାସ୍ଥଳରେ ପୋଲିସ ପହଂଚି ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରୁଥିବା ଜଣାପଡିଛି ।